ସାକ୍ଷୀଗୋପାଳ, (ବି.ବି.ନୁ୍ୟଜ୍): ସତ୍ୟବାଦୀ ଥନା ଅଧୀନ ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥରେ ପୁଣି ଗଡ଼ିଲା ମୁଣ୍ଡ । ଗୁଳି ମାଡ଼ରେ ଜଣେ ଢାବା କର୍ମଚାରୀଙ୍କ ପ୍ରାଣ ଯାଇଛି । ଗତ ୮ ତାରିଖ ବିଳମ୍ବିତ ରାତିରେ ବଡ଼ କାଞ୍ଜିଆ ଛକ ନିକଟରେ ଏହି ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରେ କର୍ମଚାରୀ ଜଣକ ପ୍ରାଣ ହରାଇଥିବାବେଳେ ସତ୍ୟବାଦୀ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ଗୁଳିମାଡ଼ରେ ପ୍ରାଣ ହରାଇଥିବା କର୍ମଚାରୀ ଜଣକ ଏହି ଥାନା ଅଧୀନ ବଡ଼ କାଞ୍ଚିଆ ଗ୍ରାମର ପୁରେନ୍ଦ୍ର ବେହେରା (୪୦) ବୋଲି ଜଣାପଡିଛି । ପୁରେନ୍ଦ୍ରଙ୍କ ଘର ନୟାଗଡ଼ ଅଞ୍ଚଳରେ ହୋଇଥିବାବେଳେ ସେ ସତ୍ୟବାଦୀ ଅଞ୍ଚଳରେ ରହୁଥିଲେ । ସେ ବ୍ଲକ ଛକରେ ଥିବା ମାଟିହାଣ୍ଡି ମଟନ ଢାବାରେ କର୍ମର୍ଚାରୀ ଥିଲେ ବୋଲି ପୁଲିସ କହିଛି । ମାମଲାକୁ ୩ ଦିନ ବିତିଛି । ହେଲେ ପୁଲିସ କାହାରିକୁ ଗିରଫ କରିବାରେ ସଫଳ ହୋଇ ପାରି ନାହିଁ । କିନ୍ତୁ ୩ ଜଣଙ୍କୁ ଥାନାକୁ ନେଇ ପୁଲିସ କେବଳ ପଚରା ଉଚରା ଜାରି ରଖିଛି । ଘଟଣାସ୍ଥଳରୁ ପୁଲିସ ଏକ ଖୋକା ଜବତ କରିଛି ।
ଗତ ୮ତାରିଖ ରାତି ପ୍ରାୟ ଗୋଟାଏ । ପୁରୀ ଆଡୁ ଏକ କାର୍ରେ ୫ ଜଣ ଯୁବକ ଭୁବନେଶ୍ୱର ଯାଉଥିଲେ । ସତ୍ୟବାଦୀ ବ୍ଲକ ଛକ ନିକଟରେ କାର୍ ଅଟକିଥିଲା । ସେଠାରେ ଥିବା ମାଟିହାଣ୍ଡି ମଟନ୍ ଢ଼ାବାରେ ଯୁବକମାନେ ଖାଇବାକୁ ଯାଇଥିଲେ । ଢାବାରେ ସେମାନେ କିଛି ଖାଦ୍ୟ ବରାଦ ଦେଇଥିଲେ । କିନ୍ତୁ ଢାବାର ମାଲିକ ଓ କର୍ମଚାରୀଙ୍କ ମଧ୍ୟରେ ମଦ୍ୟପାନ ଅବସ୍ଥାରେ ଯୁକ୍ତ ତର୍କ ଚାଲିଥିଲା । ସେଥିପାଇଁ ଖାଦ୍ୟ ପ୍ରସ୍ତୁତିରେ ବିଳମ୍ବ ହୋଇଥିଲା । ତେଣୁ ୫ ଜଣ ସେଠାରେ ନଖାଇ ପଳାଇଥିଲେ । ପରେ ସେମାନେ ୨ କମି ବ୍ୟବଧାନରେ ଥିବା ବଡ଼କାଞ୍ଜିଆ ଛକରେ ପହଞ୍ଚିଥିଲେ । ସେଠାରେ ଥିବା ଫ୍ୟାମିଲି ଢାବାରେ ଖାଇଥିଲେ ।
ଏହି ସମୟରେ ପୂର୍ବରୁ ଯାଇଥିବା ଢାବା ଅର୍ଥାତ୍ ମାଟିହାଣ୍ଡି ମଟନ୍ ଢାବାର ମାଲିକ, ତାଙ୍କ ସମ୍ପର୍କୀୟ ଓ କର୍ମଚାରୀ ପୁରେନ୍ଦ୍ର ଏପରି ୩ଜଣ ୨ଟି ବାଇକରେ ସେମାନଙ୍କ ପିଛା କରି ଫ୍ୟାମିଲି ଢାବାରେ ପହଞ୍ଚିଥିଲେ । ସେଠାରେ ପହଞ୍ଚô କାର ପାଖରେ ଅପେକ୍ଷା କରିଥିଲେ । ଢାବାରୁ ଖାଇସାରି ୫ ଜଣ ଯୁବକ କାର୍ ନିଟକରେ ପହଞ୍ଚôବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ପୂର୍ବ ଢାବାର ଲୋକଙ୍କ ସହ ପାଟି ତୁଣ୍ଡ ହୋଇଥିଲା । ଏହି ସମୟରେ କାର୍ରେ ଆସିଥିବା ଲୋକଙ୍କ ମଧ୍ୟରୁ ଜଣେ ଉତ୍କ୍ଷିପ୍ତ ହୋଇ ପଡିଥିଲା । ପାଖରେ ରଖିଥିବା ଏକ ବନ୍ଧୁକ ବାହାର କରି ଗୁଳି କରିଥିଲା । ଗୁଳି ସିଧା ଯାଇ ପୁରେନ୍ଦ୍ରଙ୍କ ବାମ ପାଶ୍ୱର୍ ଛାତିରେ ବାଜିଥିଲା । ସେହି ସମୟରେ ୩ ଜଣ ବନ୍ଧୁକ ଦେଖି ଦୌଡିଥିଲେ । ପୁରେନ୍ଦ୍ର ମଧ୍ୟ ସେମାନଙ୍କ ସହ ଦୌଡିଥିଲେ । ହେଲେ ଗୁଳି ବାମ ପାଶ୍ୱର୍ରେ ବାଜି ହାର୍ଟରେ ଭେଦ କରିଥିବାରୁ ମାତ୍ର ୨୦ ମିଟର ଦୌଡି ଯାଇ ପୁରେନ୍ଦ୍ର ରାଜପଥ କଡରେ ଟଳି ପଡିଥିଲେ । ଘଟଣାସ୍ଥଳରୁ ସମସ୍ତେ ପଳାଇଥିଲେ ।
Comments are closed, but trackbacks and pingbacks are open.