ସଦର ମହକୁମାରେ ବୁଲିଲା ରାଜସ୍ୱ ରଥ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): କରୋନା ମହାମାରୀ ସମୟରେ ଲୋକଙ୍କୁ ହାତପାହାନ୍ତାରେ ମିଳିବ ରାଜସ୍ୱ ସେବା । ଏଭଳି ମହତ୍ ଉଦେ୍ଧଶ୍ୟରେ ଆରମ୍ଭ ହୋଇଥିବା ରାଜସ୍ୱ ରଥ ନବରଙ୍ଗପୁର ସଦର ମହକୁମାଠାରେ ପରିକ୍ରମା କରିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଲୋକଙ୍କୁ ସେମାନଙ୍କ ଘର ପାଖରେ ପଟ୍ଟା ବଣ୍ଟାଯିବା ସହ ରାଜସ୍ୱ ସେବାର ଉପଲବ୍ଧତା ସମ୍ପର୍କରେ ସୂଚନା ଦିଆଯାଇଥିଲା ।
ନବରଙ୍ଗପୁର ତହସିଲ କାର୍ଯ୍ୟାଳୟଠାରୁ ଗତ ୨୭ ତାରିଖରେ ଏହି ସେବାର ଶୁଭାରମ୍ଭ ହାଇଥିଲା । ରାଜସ୍ୱ ରଥ ନବରଙ୍ଗପୁର ସର୍କଲର ବିଭିନ୍ନ ଗାଁ ବୁଲି ହିତାଧିକାରୀଙ୍କ ରାଜସ୍ୱ ଆଇନ ସମ୍ପର୍କରେ ସଚେତନ କରାଉଛି । ରବିବାର ସଦର ମହକୁମାଠାରେ ପଟ୍ଟା ବିତରଣ କରାଯାଇଥିଲା । ଅନ୍ନପୂର୍ଣ୍ଣା ଲେଙ୍କା, ଦେବେନ୍ଦ୍ର ପାତ୍ର, ଦୀପ୍ତିରାଣୀ ପାଢ଼ୀ, ବିଜୟ ପଣ୍ଡା ପ୍ରମୁଖ ନବରଙ୍ଗପୁର ତହସିଲଦାର ରବୀନ୍ଦ୍ର ରାଉତଙ୍କ ତତ୍ତ୍ୱାବଧାନରେ ପଟ୍ଟା ବଣ୍ଟନ କରିଥିଲେ । ରେଭିନୁ୍ୟ ସୁପର୍ ଭାଇଜର ଗଣେଶ ନାୟକ ଏବଂ ଏଆର୍ଆଇ ସନ୍ତୋଷ ମହାଙ୍କୁଡ଼ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons