ନିଦେ୍ର୍ଧଶକ ସନ୍ତୋଷ ପଣ୍ଡାଙ୍କ ନୂଆ ହିନ୍ଦୀ ଚଳଚ୍ଚିତ୍ର ଏବେ ପ୍ରସ୍ତୁତି ପଥେ । ଏହାର ସୁଟିଂ ଚାଲିଥିବାବେଳେ ଶୀର୍ଷକ ଘୋଷଣା ହୋଇନି । ସବୁ କିଛିକୁ ପଛରେ ପକାଇ ସରସ, ସୁନ୍ଦର ଜୀବନ ଜିଇଁବାର କଳାକୁ ଆଧାର କରି ଗତିଶୀଳ ହୋଇଛି ଏହି ସିନେମାର କାହାଣୀ । ଯତିକି ସୂଚନା ମିଳିଛି ବାଲୁକା କଳା ଉପରେ ସିନେମାଟି ନିର୍ମାଣ ହେଉଛି । ଯଦି ଏହା ସତ୍ୟ ହୁଏ ତେବେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବାଲୁକା କଳାକୁ ନେଇ ଏହା ପ୍ରଥମ ଉଦ୍ୟମ । ଚଳଚ୍ଚିତ୍ର ସଂଳାପ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବାବେଳେ ସଙ୍ଗୀତ ଇଂରାଜୀରେ ରହିଛି । ଗୀତ ରଚନା କରିଛନ୍ତି ପ୍ରଫେସର ରମାକାନ୍ତ ମିଶ୍ର । ଚଳଚ୍ଚିତ୍ରର ପ୍ରମୁଖ ଚରିତ୍ରରେ ଜଣାଶୁଣା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନିଦେ୍ର୍ଧଶକ ସୁଶାନ୍ତ ମିଶ୍ର, ବରିÂ କଳାକାର ଜୁବୁଲି ସୁନ୍ଦରାୟ, ନୀତୁସିଂ, ରାମଲକ୍ଷ୍ମୀ ବେଦୁଲା, ଏସ୍ ଶ୍ରୀନିବାସ୍, ବବିତା, ଅନନ୍ୟା, ଅଙ୍କିତା, ଫ୍ରାନ୍ସ କଳାକାର ବ୍ରିଜିତ୍ ଭାଓଲେଟ୍, ଆର୍ଗୁରୁମୂର୍ତ୍ତି ଓ କଳିଙ୍ଗ ଦାଶ ଅଭିନୟ କରିଛନ୍ତି । କ୍ୟାମେରା ପରିଚାଳନାରେ ବରିÂ ସିନେମାଟୋଗ୍ରାଫର ଦୀପଙ୍କର ଜାନା, ରୂପସଜ୍ଜାରେ ରମେଶ ଓ ଟୁଟୁ, ଶବ୍ଦଗ୍ରହଣରେ ଅରୁଣ, କ୍ୟାମେରା ସହ ପରିଚାଳନାରେ ଶିବା ଟୁଡୁ, ଲିପୁନ୍, ବିଷ୍ଣୁ, ରିଙ୍କୁ ପ୍ରମୁଖ ସହଯୋଗ କରିଛନ୍ତି । ପ୍ରଚ୍ଛଦରେ ପ୍ରସନ୍ନ ପୃଷ୍ଟି ଓ ସନ୍ତୋଷ ପଣ୍ଡା ରହିଛନ୍ତି । ଚଳଚ୍ଚିତ୍ରର କାହାଣୀ ଓ ନିଦେ୍ର୍ଧଶନା ସାଙ୍ଗକୁ ସଂଳାପ ରଚନାର ଭାର ସମ୍ଭାଳିଛନ୍ତି ଯୁବ ନିଦେ୍ର୍ଧଶକ ସନ୍ତୋଷ ପଣ୍ଡା । ଏହାପୂର୍ବରୁ ଶ୍ରୀ ପଣ୍ଡା ‘ସାବାସ ବିଜୁ’ ଭଳି ଏକ ଉଚ୍ଚମାନର ଶିଶୁ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛନ୍ତି । ଏଥିସହିତ ଅନେକ କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରି ବହୁ ପୁରସ୍କାର ଓ ପ୍ରଶଂସା ସାଉଁଟିଛନ୍ତି ।
Comments are closed, but trackbacks and pingbacks are open.