ସପରିବାର ଧର୍ମେନ୍ଦ୍ର ଗାଇଲେ ବନେ୍ଦ ଉକ୍ରଳ ଜନନୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସପରିବାର ବନେ୍ଦ ଉକ୍ରଳଜନନୀ ସଙ୍ଗୀତ ଗାଇ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହ ସେମାନଙ୍କର ଉତ୍ସାହ ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନ ସାଢେ଼ ୫ଟା ବେଳେ ବନେ୍ଦ ଉକ୍ରଳ ଜନନୀ ଗାନ କରିବାକୁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଓ ସାରା ବିଶ୍ୱରେ ଥିବା ଓଡ଼ିଆମାନଙ୍କୁ ଆହ୍ୱାନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ସାମିଲ ହୋଇ ଶ୍ରୀ ପ୍ରଧାନ ସପରିବାର ବନେ୍ଦ ଉକ୍ରଳ ଜନନୀ ଗାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଆଜିର ପରିସ୍ଥିତିରେ କରୋନା ବିରୋଧରେ ଲଢେ଼ଇ ଲଢ଼ି ଦେଶବାସୀଙ୍କୁ ବଞ୍ଚାଇବା ହିଁ ଦେଶପ୍ରେମ । ଡାକ୍ତର, ନର୍ସ, ପୁଲିସ କର୍ମୀ ଓ ସମାଜସେବୀମାନେ ଦେଶପ୍ରେମର ନିଦର୍ଶନ ଦେଖାଇଛନ୍ତି । ପ୍ରତିଟି ଓଡ଼ିଆ ଏହି ଯୋଦ୍ଧାମାନଙ୍କୁ ସମ୍ମାନ ଓ ଶ୍ରଦ୍ଧା କରୁଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons