ସଫେଇ ହେଉନି ଡ୍ରେନ୍, ରାସ୍ତାରେ ଭାସୁଛି ଅଳିଆ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦରରେ ଥିବା ସାହି, ବସ୍ତି ଆଞ୍ଚଳର ଡ୍ରେନ୍ଗୁଡ଼ିକ ଅଳିଆ, ଆବର୍ଜନାରେଭର୍ତ୍ତି ହୋଇଗଲାଣି । ଏହାକୁ ସଫେଇ କରାଯାଉ ନଥିବାରୁ ସ୍ଥାନୀୟ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଳିଆ ରହିବା କାରଣରୁ ଡ୍ରେନ୍ରେ ପାଣି ଜମି ରହି ଦୁର୍ଗନ୍ଧ ହେଉଛି । ମଶାଙ୍କ ପାର୍ଦୁଭାବ ବଢ଼ୁଛି । ଅସ୍ୱାସ୍ଥ୍ୟକର ପରିବେଶ କାରଣରୁ ଲୋକେ ରୋଗରେ ପଡ଼ୁଥିବା ଅଭିଯୋଗ ମଧ୍ୟ ହେଉଛି । ଅନ୍ୟପଟେ ସ୍ଥାନୀୟ ଗୋÂି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପରେ ଉକ୍ତ ମାଟିକୁ ଡ୍ରେନ୍ରେ ପକାଯାଇଥିବା ଅଭିଯୋଗ ହୋଇଛି । ଫଳରେ ଡ୍ରେନ୍ରେ ପାଣି ଯାଇପାରୁନି । ବର୍ଷା ହେଲେ ଅବସ୍ଥା ସଙ୍ଗୀନ ହେଉଛି । ସୋମବାର ସନ୍ଧ୍ୟାରେ ଘଣ୍ଟାଏ ଧରି ବର୍ଷା ହେବା ପରେ ଡ୍ରେନ୍ରୁ ଅଳିଆ, ଆବର୍ଜନା ରାସ୍ତା ଉପରକୁ ଉଠି ଆସିଥିଲା । କୁଢ଼ କୁଢ଼ ଅଳିଆ ଜାତୀୟ ରାଜପଥ ଉପରେ ଜମା ହୋଇ ରହିଥିଲା । ଫଳରେ ଲେକେ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ତେଣୁ ବିଭାଗ ପକ୍ଷରୁ ତରୁନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ଡ୍ରେନ୍ ସଫେଇ କରିବା ସହ ବ୍ଲିଚିଂ ପକାଇବାକୁ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons