ସବୁଜ ଶକ୍ତି ଉପôାଦନ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶକ୍ତି ବଳକା ରାଜ୍ୟ ଓଡ଼ିଶା ୨୦୩୦ ସୁଦ୍ଧା ନିଜର ସବୁଜ ଶକ୍ତି ଉପôାଦନକୁ ୨୭,୦୦୦ ମେଗାୱାଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ସୌରଶକ୍ତି, ଜଳବିଦୁ୍ୟତ ପ୍ରକଳ୍ପ ଆଦିକୁ ପ୍ରୋତ୍ସାହିତ କରି ଏହି ଲକ୍ଷ୍ୟ ହାସଲ ସମ୍ଭବ ହୋଇପାରିବ । ଏଥିପାଇଁ ଶିଳ୍ପଜଗତକୁ ନିଜ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ବୋଲି ସରକାର କହିଛନ୍ତି ।
ଶିଳ୍ପସଂଘ ଫିକି ଓଡ଼ିଶା ପରିଷଦ ପକ୍ଷରୁ ଆୟୋଜିତ ‘ଏମ୍ପାୱାର: ଫିକି ଓଡ଼ିଶା ଏନର୍ଜି ସମିଟ୍’ରେ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଶକ୍ତି ବିଭାଗ କମିସନର ତଥା ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି, ଏବେ ରାଜ୍ୟର ହାରାହାରି ଶକ୍ତି ଚାହିଦା ୩,୫୦୦ ମେଗାୱାଟ ଥିବା ବେଳେ ୪,୫୦୦ ମେଗାୱାଟ ବିଜୁଳି ଉପଲବ୍ଧ । ଏଣୁ ଓଡ଼ିଶା ବିଜୁଳି ବଳକା ରାଜ୍ୟ ଭାବେ ପରିଗଣିତ ।
ସେ କହିଛନ୍ତି, ଏବେ ରାଜ୍ୟ ସରକାର ସବୁଜ ଶକ୍ତି ଉପôାଦନକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରୁ ୨୦,୦୦୦ ମେଗାୱାଟ ସୌରଶକ୍ତି ଉପôାଦନ ସମ୍ଭବପର ହୋଇପାରିବ । ଘରୋଇ କମ୍ପାନିଗୁଡ଼ିକର ଏହାର ଫାଇଦା ଉଠାଇବା ଉଚିତ । ସେହିଭଳି ରାଜ୍ୟର ୬ ଲକ୍ଷ ହେକ୍ଟର ଜଳାଞ୍ଚଳ ଅଟେ । ସେଥିରୁ ୨ ଲକ୍ଷ ହେକ୍ଟରରେ ଜଳ ଭଣ୍ଡାର ରହିଛି, ଯାହାକି ଜଳବିଦୁ୍ୟତ ଶକ୍ତି ଉପôାଦନ ପାଇଁ ବ୍ୟବହାର କରାଯାଇପାରିବ । ୨୦୩୦ ସୁଦ୍ଧା ଓଡ଼ିଶା ୨୭,୦୦୦ ମେଗାୱାଟର ସବୁଜ ଶକ୍ତି ଉପôାଦନ କରିବାକୁ ଯୋଜନା ରଖିଥିବା ଶ୍ରୀ ସେଠୀ କହିଛନ୍ତି ।
ଏହାବ୍ୟତୀତ ଓଡ଼ିଶାକୁ ଶକ୍ତି ସଞ୍ଚୟକାରୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଦୁ୍ୟତ ବିତରଣ କ୍ଷେତ୍ରରେ ବହୁ ସଂସ୍କାର ପଦକ୍ଷେପ ନିଆଯାଉଛି । ବିଦୁ୍ୟତ ବିତରଣରେ ଆଇସିଟି (ସୂଚନା ଓ ପ୍ରଯୁକ୍ତି ବିଦ୍ୟା)କୁ ଗ୍ରହଣ କରାଯାଉଛି । ବିଜୁଳି ବିଲ୍ ପେମେଣ୍ଟକୁ ସରଳ କରିବାକୁ ବ୍ୟାଙ୍କ, ଡାକଘର ଓ ମୋବାଇଲ ବ୍ୟାଙ୍କିଙ୍ଗ୍ ଭଳି ବିକଳ୍ପ ପେମେଣ୍ଟ ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଏପରିକି ଉପକୂଳ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ ବିଦୁ୍ୟତ ଭିତ୍ତିଭୂମି ନେଟ୍ୱର୍କ ସ୍ଥାପନ ପାଇଁ ବିଚାର କରାଯାଉଛି ବୋଲି ଶକ୍ତି ସଚିବ କହିଛନ୍ତି ।
ଏ ଅବସରରେ ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ଭବିଷ୍ୟତରେ ନିରନ୍ତର ଶକ୍ତି ଯୋଗାଣକୁ ସୁନିଶ୍ଚିତ କରିବା ଉଦେ୍ଧଶ୍ୟରେ ତାପଜ ବିଦୁ୍ୟତ ଶକ୍ତିରୁ ସବୁଜ ଶକ୍ତିକୁ ପରିବର୍ତ୍ତନ ପାଇଁ ମାନସିକତା ବଦଳାଇବାକୁ ହେବ । ସେ କହିଛନ୍ତି, ସ୍ୱାଧୀନତା ପରଠାରୁ ରାଜ୍ୟର ଶକ୍ତି ଉପôାଦନରେ ଆଖିଦୃଶିଆ ପରିବର୍ତ୍ତନ ଆସିଛି । ରାଜ୍ୟକୁ ଶକ୍ତି ବଳକା ସହ ଶକ୍ତି ସଞ୍ଚୟକାରୀରେ ପରିଣତ କରିବାକୁ ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ବାସ କରୁଥିବା ଗରିବ ପରିବାରକୁ ୨୪ ଘଣ୍ଟିଆ ବିଜୁଳି ଯୋଗାଣ ସମ୍ଭବ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଫିକି ଓଡ଼ିଶା ପରିଷଦ ଅଧ୍ୟକ୍ଷ ତଥା ଇମ୍ଫା ଗ୍ରୁପ୍ ପରିଚାଳନା ନିଦେ୍ର୍ଧଶକ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି, ବିଦୁ୍ୟତ ସଂସ୍କାର ଆଣିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ । ତେବେ ଜଳ ବିଦୁ୍ୟତ, ତାପଜ ଓ ଅକ୍ଷୟ ଶକ୍ତି ମଧ୍ୟରେ ସନ୍ତୁଳନ ଅଣାଯାଇ ଶିଳ୍ପାୟନକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି । ଏ ଦିଗରେ ସରକାରଙ୍କୁ ଯତ୍ନଶୀଳ ହେବାକୁ ପଡ଼ିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏ ଅବସରରେ ଫିକି ଓଡ଼ିଶା ପରିଷଦ ସହ-ଅଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡ ସିଇଓ ସି ଏନ୍ ସିଂହ, ଜିନ୍ଦଲ ଷ୍ଟିଲ ଆବାସିକ ନିଦେ୍ର୍ଧଶକ ଏସ୍ ଏସ୍ ଉପାଧ୍ୟାୟ, ଫିକି ଓଡ଼ିଶା ଶକ୍ତି କମିଟି ଅଧ୍ୟକ୍ଷ ଅଶୋକ କୁମାର ବେହେରାଙ୍କ ସମେତ ବିଭିନ୍ନ ଶକ୍ତି କମ୍ପାନିର ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons