ସବୁଠୁ ଉଚ୍ଚ ଇ-ୱେଷ୍ଟ କଳାକୃତି ଉଦଘାଟିତ

Get real time updates directly on you device, subscribe now.

ବ୍ରହ୍ମପୁର: ସ୍ଥାନୀୟ ସରକାରୀ ଆଇଟିଆଇ କ୍ୟାମ୍ପସ୍ର ସୌନ୍ଦର୍ଯ୍ୟରେ ଯୋଡି ହୋଇଛି ଆଉ ଏକ କଳାକୃତି । ଶନିବାର ବିଶ୍ୱ ପରିବେଶ ଦବସରେ ବିଶ୍ୱର ସବୁଠୁ ଉଚ୍ଚ ଇଲେକ୍ଟ୍ରୋନିକ୍ସ ୱେଷ୍ଟ ସ୍କଲ୍ପଚର୍ (କଳାକୃତି) ଉଦ୍ଘାଟିତ ହୋଇଛି । ଏହି ୨୯ ଫୁଟ ଲମ୍ବା କଳାକୃତି ନିର୍ମାଣରେ ପ୍ରାୟ ୩ ଟନ୍ ଇ-ୱେଷ୍ଟ ବିନିଯୋଗ ହୋଇଛି ଯାହା ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରୁ ହିଁ ସଂଗ୍ରହ କରାଯାଇଥିଲା । ଏଥିପାଇଁ ପୂର୍ବରୁ ଆଇଟିଥାଇ କ୍ୟାମ୍ପସ୍ରେ ଇ-ୱେଷ୍ଟ ସଂଗ୍ରହ କେନ୍ଦ୍ର ଖୋଲାଯାଇ ଥିଲା । ଆଇଟିଆଇର ଇଲେକଟ୍ରିସିଆନ୍ ଓ ଇନ୍ଷ୍ଟ୍ରୁମେଣ୍ଟ୍ ମେକାନିକ୍ ଟ୍ରେଡ୍ ପ୍ରଶିକ୍ଷାର୍ଥୀମାନେ ସେମାନଙ୍କ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ଏହାକୁ ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ଏକ ୧୬ ଫୁଟ ଲମ୍ବା ଇ-ସ୍କଲ୍ପଚର୍ ରହିଛି । ତେବେ ବ୍ରହ୍ମପୁର ଆଇଟିଆଇର ୨୯ ଫୁଟ ଉଚ୍ଚ ସ୍କଲ୍ପଚର୍ ବିଶ୍ୱର ସର୍ବୋଚ୍ଚ ଇ-ଆବର୍ଜନାରୁ ନିର୍ମିତ କଳାକୃତି ଭାବେ ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇବ ବୋଲି ଆଶା ରଖିଛନ୍ତି ଆଇଟିଆଇ କର୍ତ୍ତୃପକ୍ଷ ।
ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ କହିଛନ୍ତି ଯେ- ‘ଭୂପୃÂକୁ ସଙ୍କେତ କରୁଥିବା ହାତ’ ଥିମ୍ ଆଧାରରେ ନିର୍ମିତ ଏହି କଳାକୃତି ଇ-ଆବର୍ଜନାର ବିଜ୍ଞାନସମ୍ମତ ପରିଚାଳନା ଓ ପୁନଃଚକ୍ରଣ ଜରିଆରେ ପୃଥିବୀ ସହ ପୁନଃସଂଯୋଗ ହେବାର ବାର୍ତ୍ତା ପ୍ରଦାନ କରୁଛି । ହ୍ରାସ, ପୁନଃବ୍ୟବହାର, ମରାମତି ଓ ପୁନଃଚକ୍ରଣ ନୀତି ଜରିଆରେ ଆମେ ଇ-ଆବର୍ଜନାର ଦାୟିତ୍ୱପୂର୍ଣ୍ଣ ପରିଚାଳନା କରିପାରିବା । ପ୍ରକୃତି ଅନୁକୂଳ ପଦକ୍ଷେପ ସକାଶେ ବ୍ରହ୍ମପୁର ଆଇଟିଆଇକୁ ମାର୍ଚ୍ଚ ୨୦୧୯ରେ ବିଶ୍ୱ ପରିବେଶ ଦିବସରେ ରାଜ୍ୟ ବନ ବିଭାଗ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଥିଲା ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons