ସବୁ ଥଣ୍ଡା ଜ୍ୱର କରୋନା ନୁହେଁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅନେକ ଲୋକ ଥଣ୍ଡା ଜ୍ୱର ହେଲେ ଡରି ଯାଉଛନ୍ତି । ମନେ ରଖନ୍ତୁ ସବୁ ଥଣ୍ଡା, ଜ୍ୱର କରୋନା ନୁହେଁ । ସାଧାରଣ ଥଣ୍ଡା ଜ୍ୱରର ୨୦୦ରୁ ଅଧିକ ପ୍ରକାର ଭୂତାଣୁ ରହିଛନ୍ତି । ତେଣୁ ଜ୍ୱର ହେଲେ, ଭୟଭୀତ ହୁଅନ୍ତୁନାହିଁ । ୧୦୪ ଫୋନ୍କୁ କଲ୍ କରି ପରାମର୍ଶ ନିଅନ୍ତୁ । ଯଦି ଔଷଧ ପରାମର୍ଶ ଦେଇ ଅଲଗା ରହିବାକୁ ପରାମର୍ଶ ଦିଆଯାଉଛି, ଏହାକୁ ମାନନ୍ତୁ । ଯଦି ଆପଣଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ, ବ୍ୟସ୍ତ ହୋଇ ହସ୍ପିଟାଲକୁ ଆସନ୍ତୁନି । ୧୦୪ କଲ୍ ସେଣ୍ଟର ଆପଣଙ୍କୁ ହସ୍ପିଟାଲ ଆଣିବାର ଦାୟିତ୍ୱ ନେବ । ଏମିତି କହିଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ।
ଏମିତି ସାଧାରଣ ଥଣ୍ଡା ଜ୍ୱର ହେଲେ, ଫୋନ୍ରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ସତ ଏତେ ସବୁ କଟକଣା ଓ ଅର୍ଥନୀତି ଲୋକଙ୍କ ଉପରେ ମନସ୍ତତ୍ୱ ପ୍ରଭାବ ପକାଇବ । ମାନସିକ ଚାପ ଓ ପ୍ରଭାବ ରହିଛି । ଅସହାୟ ହୋଇଗଲେ ଚଳିବନି । ତେଣୁ ଆମକୁ ଶାନ୍ତ ରଖି ପଦକ୍ଷେପ ନେବାକୁ ହେବ । ମଦ ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେଣୁ ମଦଠୁ ଦୂରରେ ରହିବା ଦରକାର । ସେହିଭଳି ଏବେ କରୋନା ନହେବାକୁ ମିଳୁଥିବା ଜଡ଼ିବୁଟିଠୁ ଦୂରରେ ରହିବା ଉଚିତ । ମାନସିକ ସନ୍ତୁଳନ ରକ୍ଷା କରିବାକୁ ଏକାକି ଘରେ ରହି ପ୍ରାର୍ଥନା କରିବାକୁ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons