ସବୁ ବର୍ଗର ପସନ୍ଦ ‘ଇ-ବାଇକ୍’

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ନା ଡ୍ରାଇଭିଂ ଲାଇସେନ୍ସ । ନା ଆର୍ଟିଓ ପଞ୍ଜିକରଣ ଚିନ୍ତା । ତୈଳବୃଦ୍ଧିକୁ ନେଇ କୌଣସି ଲେନ୍ଦେନ୍ ନାହିଁ । ସ୍କୁଟି ଓ ବାଇକ୍ ଭଳି ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଛି । କମ୍ ଦାମ୍ ସାଙ୍ଗକୁ ଆକର୍ଷଣୀୟ ଡିଜାଇନ୍ । ନୂଆ ମୋଟର ଯାନ ଆଇନ୍ ଲାଗୁ ପରେ ଏବେ ତୈଳଚାଳିତ ଗାଡି ଛାଡି ଖୋଜାପଡୁଛି ଇଲେକ୍ଟ୍ରିକ୍ ଚାଳିତ ‘ଇ-ବାଇକ୍’ । ଯାହା ସବୁ ବର୍ଗର ଲୋକଙ୍କୁ ସୁହାଉଛି । ଏମିତିକି ମାତ୍ର କେଇ ଘଣ୍ଟା ଚାର୍ଜ କରିବା ମାତ୍ରେ ପାଖାପାଖି ୭୦ କିମି ପର୍ଯ୍ୟନ୍ତ ଯାତ୍ରା କରି ହେଉଛି । ଏହି ବ୍ୟାଟେରୀ ଚାଳିତ ‘ଇ-ବାଇକ୍’ କିଣିବା ପାଇଁ ବିଭିନ୍ନ କମ୍ପାନିର ସୋ’ରୁମ୍ରେ ଲୋକଙ୍କ ଗହଳି ଜମୁଥିବା ଦେଖିବାକୁ ମିଳୁଛି ।
କେନ୍ଦ୍ର ସରକାର ସେପ୍ଟେମ୍ବର ମାସରୁ ବିଭିନ୍ନ ରାଜ୍ୟରେ ମୋଟରଯାନ ଆଇନ୍ ଲାଗୁ କରିଛନ୍ତି । ଦୁଇ ଚକିଆ ଗାଡି ପାଇଁ ଆଇନ୍ କଡ଼ାକଡ଼ି କରାଯାଇଛି । ରାସ୍ତାରେ ଗାଡ଼ି ଗଡ଼ିଲେ ଡ୍ରାଇଭିଂ ଲାଇସେନ୍ସ, ଆର୍ଟିଓ ପଞ୍ଜିକରଣ, ପଲୁ୍ୟସନ୍ ସାର୍ଟିଫିକେଟ୍ ଆଦି ନାନାଦି ପ୍ରକାରର କାଗଜପତ୍ର ଯାଞ୍ଚ କରିବାକୁ ନିଦେ୍ର୍ଧଶ ଜାରି କରାଯାଇଛି । ଯଦିଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିୟମକୁ କିଛି ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି, ହେଲେ ଆଗାମୀ ଦିନରେ ଏହାକୁ କଡାକଡି ଭାବେ ପାଳନ କରାଯିବ ବୋଲି ସୂଚନା ରହିଛି । ତେଣୁ ଆର୍ଟିଓ ଅଫିସ୍ ଦୌଡି ଦୌଡି ଲୋକମାନେ ନାକେଦମ୍ ହୋଇସାରିଲେଣି । ସେଥିରେ ପୁଣି କିଛି ପୁରୁଣା ଗାଡିର ପଲୁ୍ୟସନ୍ ସାର୍ଟିଫିକେଟ୍ ବାହାରି ପାରୁ ନଥିବାରୁ ଏବେ ମୁଣ୍ଡରେ ଚଡ଼କ ପଡିଛି । କିଛି ଲୋକ ବାଇକ୍ ଛାଡି ସାଇକେଲ୍ ପ୍ରତି ଆକର୍ଷିତ ହେଲେଣି । ଆଉ କିଛି ବାଇକ୍ ସ୍କୁଟି ଭଳି ସମସ୍ତ ସୁବିଧା ଉପଭୋଗ କରିବା ପାଇଁ ଇ-ବାଇକ୍ କିଣିବାରେ ଲାଗି ପଡିଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ସହରରେ ଭାରତ ସରକାରଙ୍କ ଦ୍ୱାରା ସ୍ୱିକୃତୀପ୍ରାପ୍ତ ଅନେକ ଇ-ବାଇକ୍ କମ୍ପାନିର ସୋ ରୁମ୍ ରହିଛି । ବର୍ତ୍ତମାନ ଲିଡ୍ ଏସିଡ୍ ବ୍ୟାଟେରୀ ଓ ଲିଥିୟମ୍ ଏସିଡ୍ ଚାଳିତ ବାଇକ୍ର ଡିମାଣ୍ଡ୍ ରହିଛି । କାରଣ ଗୋଟିଏ ବ୍ୟାଟେରି ଯୁକ୍ତ ବାଇକ୍କୁ ପ୍ରାୟ ୫ଘଣ୍ଟା ଧରି ଚାର୍ଜ କଲେ ଏହା ଏକାଥରକେ ୫୦କିମି ପର୍ଯ୍ୟନ୍ତ ଯାତ୍ରା କରିପାରୁଛି । ସେହିପରିି ଏକାଧିକ ବ୍ୟାଟେରି ଯୁକ୍ତ ବାଇକ୍କୁ ପ୍ରାୟ ୭ଘଣ୍ଟା ଧରି ସଂପୂର୍ଣ୍ଣ ଚାର୍ଜ କଲେ ତାହା ସର୍ବାଧିକ ୭୦କିମି ପର୍ଯ୍ୟନ୍ତ ଯାତ୍ରା କରିବାରେ ସକ୍ଷମ ରଖୁଛି । ଏହାର ବେଗ ମଧ୍ୟ ସର୍ବାଧିକ ଘଣ୍ଟାପ୍ରତି ୨୫ରୁ ୩୦କିମି ରହିଛି । ଏହାର ମୂଲ୍ୟ ମଧ୍ୟ ସର୍ବାଧିକ ୫୦ରୁ ୬୦ହଜାର ଟଙ୍କା ଥିବାରୁ ସବୁ ବର୍ଗର ଲୋକମାନେ ଏହାକୁ କିଣିପାରିବେ ବୋଲି କୁହାଯାଉଛି । ଗତ କିଛି ମାସ ହେଲା କଟକ ସହରରେ ଏହାର ବ୍ୟବସାୟ ବୃଦ୍ଧି ପାଇଥିବା ବ୍ୟବସାୟୀମାନେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons