ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗାଁ ଗହଳିରେ ମିଶନ ଶକ୍ତିର ମା’ ଓ ଭଉଣୀମାନେ କରୋନା ସହ ଲଢୁଛନ୍ତି । ସେମାନଙ୍କ ସାହସ, ଶୃଙ୍ଖଳା ଓ କଟକଣା ପାଇଁ ଗୋÂୀ ସଂକ୍ରମଣ ହୋଇନି । ସେମାନଙ୍କ ଏହି ତ୍ୟାଗ ଓ ଦେଶ ପାଇଁ ଅବଦାନକୁ ଇତିହାସ ସବୁଦିନ ପାଇଁ ମନେ ରଖିବ । ଲକ୍ଷ ଲକ୍ଷ ଏସଏଚ୍ଜି ସଦସ୍ୟାଙ୍କ ନିରନ୍ତର ଓ ଉତ୍ସର୍ଗୀକୃତ ପ୍ରୟାସ ଓଡିଶାକୁ କରୋନା କବଳରୁ ରକ୍ଷା କରିବ ବୋଲି ମିଶନ ଶକ୍ତି ନିଦେ୍ର୍ଧଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ କହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମିଶନ ଶକ୍ତିର ମା ମାନେ କରୋନା ଯୁଦ୍ଧରେ ସିପାହୀ ହୋଇ ଛିଡା ହୋଇଛନ୍ତି । ଏସ୍ଏସଚ୍ଜି ସଦସ୍ୟମାନେ ଘରେ ବସି ୪୦ଲକ୍ଷରୁ ଅଧିକ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିଛନ୍ତି । ୮ ହଜାର ସଦସ୍ୟା ଲୋକଙ୍କ ଘର ଘର ବୁଲି ପରିବା ଓ ରାସନ୍ ସାମଗ୍ରୀ ପହଞ୍ଚାଇଛନ୍ତି । ସେମାନଙ୍କ ଦ୍ୱାରା ୫୯୫ଟି ଦୋକାନ ଓ ୧୫୪ଟି ମୋବାଇଲ ଭ୍ୟାନ୍ ମାଧ୍ୟମରେ ୧୫ହଜାର ୨୭୪ କୁଇଣ୍ଟାଲ ପନିପରିବା ଓ ଶୁଖିଲା ରାସନ୍ ସାମଗ୍ରୀ ବିକ୍ରି ହୋଇଛି ।
ପଞ୍ଚାୟତସ୍ତରରେ ଦେଢ କୋଟିରୁ ଅଧିକ ରନ୍ଧା ଖାଦ୍ୟର ମିଲ୍ ତିଆରି କରି ଅସହାୟ ଓ ଗରିବଙ୍କୁ ବାଣ୍ଟିଛନ୍ତି । ୭ହଜାର ୧୨୭ଟି ସ୍ୱଂୟ ସହାୟକ ଗୋÂୀ ସାମିଲ ହୋଇ ୧କୋଟି ୫୬ଲକ୍ଷ ମିଲ୍ ଯୋଗାଇଛନ୍ତି । ପୌରାଞ୍ଚଳରେ ଆହାର କେନ୍ଦ୍ର ପରିଚାଳନାରେ ସେମାନେ ସକ୍ରିୟ ଭୂମିକା ନେଇଛନ୍ତି । ଏ ପର୍ଯ୍ୟନ୍ତ ଆହାର କେନ୍ଦ୍ରଗୁଡିକୁ ୨ଲକ୍ଷ ୫ହଜାର ମିଲ୍ ଯୋଗାଛନ୍ତି । ହସ୍ପିଟାଲରେ ଚିକିତ୍ସିତ ୪୪ହଜାର ୮୩୨ ରୋଗୀଙ୍କୁ ଖାଦ୍ୟ ପ୍ରସ୍ତୁତ କରି ଦେଇଛନ୍ତି । ଏଭଳି କଠିନ ପରିସ୍ଥିତିରେ ମା’ମାନଙ୍କ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତି ମିଲ୍ ପିଛା ୨ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦେବାକୁ ଘୋଷଣା କରିଛନ୍ତି ।
ଖାଲି ସେତିକି ନୁହେଁ, ଗାଁରେ ମାଛ ଚାଷ, ଛତୁ, ପନିପରିବା, ପିଡିଏସ୍ ସାମଗ୍ରୀ ବଣ୍ଟନ ଓ ମନରେଗାର ନେତୃତ୍ୱ ନେଉଛନ୍ତି । ସେମାନଙ୍କର ସଶକ୍ତିକରଣ ପାଇଁ ସ୍ୱୟଂ ସହାୟକ ଗୋÂୀକୁ ବିନା ସୁଧରେ ୧୪୫କୋଟି ଟଙ୍କାର ଋଣ ଦିଆଯାଇଛି । ଅନେକ ସ୍ଥାନରେ ମହିଳାମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛନ୍ତି ବୋଲି ସେ କହିଛନ୍ତି ।
କରୋନା ଯୁଦ୍ଧରେ ବିଜୟ ପାଇଁ ମା’ ମାନଙ୍କ ଉପରେ ଗୁରୁ ଦାୟିତ୍ୱ ରହିଛି । ପରିବାରର ଅନ୍ୟ ସଦସ୍ୟଙ୍କୁ ଏହା ବୁଝାଇବା ସହ ସେମାନଙ୍କୁ କ୍ୱାରେଣ୍ଟାଇନ୍ କେନ୍ଦ୍ର ପାଖକୁ ଯିବାକୁ ବାରଣ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।


Comments are closed, but trackbacks and pingbacks are open.