ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ପ୍ରଥମ ଥର ଲାଗି କୌଣସି ଏକ ରୋଗକୁ ବିପର୍ଯ୍ୟୟ ଶ୍ରେଣୀଭୁକ୍ତ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଓଡ଼ିଶା କୋଭିଡ୍-୧୯ ରେଗୁଲେସନ୍ ୨୦୨୦ ଲାଗୁ କରାଯାଇଛି । ସ୍ଥିତି ମୁକାବିଲା ପାଇଁ ଜିଲ୍ଲାପାଳ, ମୁ୍ୟନିସିପାଲଟି କମିଶନରଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଆବଶ୍ୟକତା ଅନୁସାରେ ସେମାନେ ପଦକ୍ଷେପ ନେଇ ପାରିବେ । ବର୍ତ୍ତମାନ ରାଜ୍ୟ ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ରହିବ କରୋନା କର୍ଣ୍ଣର । ଏଠାରେ ସନ୍ଦିଗ୍ଧ ରୋଗୀଙ୍କ ସ୍କ୍ରିନିଂ କରାଯିବ । ଏହା ସହ ଆଇସୋଲେସନ୍ ୱାର୍ଡ ରହିବ । ସଂକ୍ରମଣ ହେଲେ, ନିର୍ଦ୍ଧିଷ୍ଟ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶ ଉପରେ ବି ରୋକ୍ ଲାଗିବ । କରୋନା ରୋକିବାକୁ ସରକାର ଜିଲ୍ଲାପାଳ, ମୁ୍ୟନିସିପାଲଟି କମିଶନର, ଡିଏମ୍ଇଟି, ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ ଓ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ଏହି ଅଧିକାରୀମାନେ କରୋନା ମୁକାବିଲା ପାଇଁ ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ପଦକ୍ଷେପ ନେଇ ପାରିବେ । ଯଦି କୌଣସି ଗାଁ, ସହର, ୱାର୍ଡ, କଲୋନୀରେ କରୋନା ଚିହ୍ନଟ ହୁଏ, ତେବେ ପ୍ରଶାସନ ସେ ଅଞ୍ଚଳ ପାଇଁ ନିର୍ଦ୍ଧିଷ୍ଟ କଟକଣା ଲାଗୁ କରିପାରିବେ । ନିର୍ଦ୍ଧିଷ୍ଟ ସଂକ୍ରମିତ ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲାଗିବ । ସେହିପରି ସଂକ୍ରମିତ ଅଞ୍ଚଳର ଲୋକ ବାହାରକୁ ଯିବା ଉପରେ କଟକଣା ଲାଗିବ । ସେ ଅଞ୍ଚଳର ସ୍କୁଲ, ଅଫିସ, ସିନେମା ହଲ୍, ସୁଇମିଂ ପୁଲ୍, ଜିମ୍ ଆଦି ବନ୍ଦ ରହିବ । ନିର୍ଦ୍ଧିଷ୍ଟ ଅଞ୍ଚଳରେ ଭିଡ଼ ସୃଷ୍ଟି କରିବାକୁ ଦିଆଯିବନି ।ରାଜ୍ୟର ସବୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଖୋଲିବ କରୋନା କର୍ଣ୍ଣର । ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ କରୋନା ରୋଗୀ ଚିକିତ୍ସା ପାଇଁ ବ୍ୟବସ୍ଥା କରିବେ । ସମସ୍ତେ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍ ୱାର୍ଡ ଖୋଲିବେ । ସନ୍ଦିଗ୍ଧ ରୋଗୀଙ୍କ ଏଠାରେ ସ୍କ୍ରିନିଂ କରାଯିବ । ସନ୍ଦିଗ୍ଧ ରୋଗୀଙ୍କ ଠାରୁ ସେ ଯାତାୟତ କରିଥିବା ସ୍ଥାନ ଓ ମିଳାମିଶା କରିଥିବା ଲୋକଙ୍କ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି । ଯଦି କୌଣସି ହସ୍ପିଟାଲ ଆଇସୋଲେସନ ୱାର୍ଡ ନଥିବ, ପ୍ରଶାସନ ସଂପୃକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁÂାନ ନେଇ ପାରିବେ । କୌଣସି ଘରୋଇ ହସ୍ପିଟାଲ କିମ୍ବା ଲ୍ୟାବ୍ କରୋନା ରୋଗ ଚିହ୍ନଟ ପରୀକ୍ଷା କରିପାରିବେନି । ତେବେ ଘରୋଇ ହସ୍ପିଟାଲ ନମୁନା ସଂଗ୍ରହ କରି ଆର୍ଏମ୍ଆରସିକୁ ପଠାଇବେ । ୧୪ ଦିନ ମଧ୍ୟରେ କରୋନା ସଂକ୍ରମିତ ଅଞ୍ଚଳକୁ ଯାତାୟତ କରିଥିବା ବ୍ୟକ୍ତିଙ୍କ ଠାରେ ରୋଗର ଲକ୍ଷଣ ଦେଖାଯାଏ, ତେବେ ତାଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ । ଡାକ୍ତରଙ୍କ ପରାମର୍ଶ ନେବା ସହ ସେ ୧୪ ଦିନ ଯାଏ କାହା ସହ ମିଳାମିଶା ନକରି କ୍ୱାରେଣ୍ଟାଇନ୍ରେ ରହିବେ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ୍ ମାନିବାକୁ ବାଧ୍ୟ । ସରକାର ଖୋଲିଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିହେବ । ସଂକ୍ରମିତ ଦେଶ/ରାଜ୍ୟ ଗସ୍ତ କରିବା ପରେ କରୋନା ଲକ୍ଷଣ ଦେଖାଗଲେ, ସଂପୃକ୍ତ ବ୍ୟକ୍ତିଙ୍କ ନମୁନା ନିଶ୍ଚିତ ଭାବେ ପରୀକ୍ଷା ହେବ । କରୋନା ସମ୍ପର୍କରେ କେହି ବି ମନଗଢା ଖବର କିମ୍ବା ସୂଚନା ପ୍ରଚାର ପ୍ରସାର କରିପାରିବେ ନାହିଁ । ସୋସିଆଲ୍ ମିଡିଆ, ଟିଭି, ଖବରକାଗଜରେ କରୋନା ସମ୍ପର୍କିତ ଖବର ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟାସତ୍ୟ ଭଲ ଭାବେ ଯାଞ୍ଚ କରିବାକୁ ପଡିବ । ଏପରିକି ଏ ସମ୍ପର୍କିତ ଖବର ପ୍ରକାଶ କରିବା ଆଗରୁ ଡିଏମ୍ଇଟି, ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ, ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ କିମ୍ବା ଜିଲ୍ଲାପାଳଙ୍କ ମତାମତ ନେବାକୁ ହେବ । ମିଥ୍ୟା ସୂଚନା କିମ୍ବା ଗୁଜବ ସୃଷ୍ଟି କଲେ, ସଂପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ସରକାର କାର୍ଯ୍ୟାନୁÂାନ ଗ୍ରହଣ କରିବେ । ୧୪ ଦିନ ଭିତରେ କରୋନା ସଂକ୍ରମିତ ଦେଶ/ରାଜ୍ୟ ଗସ୍ତ କରିଥିବା ବ୍ୟକ୍ତି ନିଜ ଆଡୁ ସରକାରଙ୍କୁ ଅବଗତ କରାଇ ପାରିବେ । ଏଥିପାଇଁ କଣ୍ଟେ୍ରାଲରୁମ୍ (୦୬୭୪-୨୩୯୦୪୬୬ )କୁ ଜଣାଇ ପାରିବେ । ଏହାବାଦ୍ ଆଇଡିଏସ୍ପିର ରାଜ୍ୟ ସର୍ଭିଲାନ୍ସ ଅଫିସର ୯୪୩୯୯୯୪୮୫୭ ଓ ୯୪୩୯୯୯୪୮୫୯ ମୋବାଇଲ୍ ନମ୍ବରରେ ଫୋନ୍ କରି ଜଣାଇ ହେବ । ଏହାବାଦ୍ ଟୋଲ୍ଫ୍ରି ନମ୍ବର ୧୦୪କୁ କଲ୍ କରି ସୂଚନା ଦେଇ ପାରିବେ । ଏହି ସୂଚନା ପାଇଲା ପରେ ଡିଏମ୍ଇଟି, ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ, ସ୍ୱାସ୍ଥ୍ୟସେବା ନିଦେ୍ର୍ଧଶକ, ଜିଲ୍ଲାପାଳ ଓ ମୁ୍ୟନିସିପାଲିଟି କମିଶନର ଆବଶ୍ୟକ ପଦକ୍ଷେପ ନେଇ ପାରିବେ । କୌଣସି ସନ୍ଦିଗ୍ଧଙ୍କଠାରେ ରୋଗର ଲକ୍ଷଣ ଦେଖାଗଲେ, ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ କିମ୍ବା ଆଇସୋଲେସନ୍ରେ ରଖାଯିବ । ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀମାନେ ଏ ଦିଗରେ ପଦକ୍ଷେପ ନେଇ ପାରିବେ । ଯଦି ସନ୍ଦିଗ୍ଧ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି କିମ୍ବା ଆଇସୋଲେସନ୍ ହେବାକୁ ଅମଙ୍ଗ ହୁଅନ୍ତି । ତେବେ ତାଙ୍କ ବିରୋଧରେ କାର୍ଯ୍ୟନୁÂାନ ନିଆଯିବ । ଆବଶ୍ୟକ ପଡିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୧୮୮(୪୮-୧୮୬୦) ଅନୁସାରେ କାର୍ଯ୍ୟାନୁÂାନ ନିଆଯିବ ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଣିଥିବା ଓଡ଼ିଶା କୋଭିଡ୍-୧୯ ରେଗୁଲେସନ୍ ୨୦୨୦ ଆଇନ୍ ଆଜିଠୁ ବର୍ଷେ ଯାଏ ବଳବତ୍ତର ରହିବ ।
Comments are closed, but trackbacks and pingbacks are open.