ସମଗ୍ର ଦେଶ ପାଳିଲା ଜନତା କର୍ଫୁ୍ୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ବଢ଼ିବାରେ ଲାଗିଛି । ରବିବାର ଆଉ କେତୋଟି ସଂକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ଭାରତରେ ରୋଗୀ ସଂଖ୍ୟା ୩୪୯ରେ ପହଞ୍ଚôଛି । ସେଥିରେ ୩୮ ଜଣ ବିଦେଶୀ ନାଗରିକ ରହିଥିଲା ବେଳେ ୨୪ ଜଣ ବ୍ୟକ୍ତି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି । ସେହିଭଳି ମୁମ୍ବାଇ, ବିହାର ଓ ଗୁଜରାଟରେ ଜଣେ ଲେଖାଏ ରୋଗୀଙ୍କର ମୃତୁ୍ୟ ଘଟିବା ପରେ ଦେଶରେ ମୃତୁ୍ୟ ସଂଖ୍ୟା ୭ରେ ପହଞ୍ଚôଛି । ମହାରାଷ୍ଟ୍ରରେ ୨ ଜଣଙ୍କର ମୃତୁ୍ୟ ଘଟିଛି । ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ, ଗୁଜରାଟ ଓ ବିହାରରେ ଜଣେ ଲେଖାଏଁ ରୋଗୀଙ୍କର ମୃତୁ୍ୟ ହୋଇଛି । ଗୁଜରାଟରେ ପ୍ରଥମ କରୋନା ରୋଗୀଙ୍କର ରବିବାର ମୃତୁ୍ୟ ଘଟିଛି । ୬୭ ବର୍ଷୀୟ ଏହି ବ୍ୟକ୍ତି ଜଣକ କୌଣସି ବିଦେଶୀ ରାଷ୍ଟ୍ର ଗସ୍ତ କରିନଥିଲେ । କେବଳ ଦିଲ୍ଲୀ ଓ ଜୟପୁର ଗସ୍ତ କରଥିଲେ । ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କୁ ୪ ଦିନ ତଳେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଭଳି ମୁମ୍ବାଇରେ ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କର ମୃତୁ୍ୟଘଟିଥିଲା ବେଳେ ବିହାରର ପାଟନା ସ୍ଥିତ ଏମ୍ସରେ ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଯୋଗୁ ମୃତୁ୍ୟ ଘଟିଥିବା ଅନୁମାନ କରାଯାଇଛି ।
ଏବେ କରୋନା କବଳରେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ । ମହାରାଷ୍ଟ୍ରରେ ସର୍ବାଧିକ ୭୪ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସେମାନଙ୍କ ଭିତରେ ୩ ଜଣ ବିଦେଶୀ ଅଛନ୍ତି । କେରଳରେ ୭ ବିଦେଶୀଙ୍କ ସମେତ ୫୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ଜଣେ ବିଦେଶୀଙ୍କ ସମେତ ୨୭, ଉତ୍ତରପ୍ରଦେଶରେ ଜଣେ ବିଦେଶୀଙ୍କ ସମେତ ୨୮, ରାଜସ୍ଥାନରେ ୨ ବିଦେଶୀଙ୍କ ସମେତ ୨୭, ତେଲଙ୍ଗାନାରେ ୧୧ ବିଦେଶୀଙ୍କ ସମେତ ୨୨, ପଞ୍ଜାବରେ ୨୧, କର୍ଣ୍ଣାଟକରେ ୨୦, ଗୁଜରାଟରେ ୧୮ ଓ ହରିଆଣାରେ ୧୪ ବିଦେଶୀଙ୍କ ସମେତ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଦାଖରେ ୧୩, ତାମିଲନାଡୁରେ ୨ ବିଦେଶୀଙ୍କ ସମେତ ୬, ଚଣ୍ଡିଗଡ଼ରେ ୫ ଏବଂ ମଧ୍ୟପ୍ରଦେଶ, ଜମ୍ମୁ-କାଶ୍ମୀର ଓ ପଶ୍ଚିମବଙ୍ଗରେ ୪ ଜଣ ଲେଖାଏଁ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶ ଓ ଉତ୍ତରାଖଣ୍ଡରେ ୩ ଜଣ ଲେଖାଏଁ, ଓଡ଼ିଶା, ବିହାର ଓ ହିମାଚଳ ପ୍ରଦେଶରେ ୨ଜଣ ଲେଖାଏଁ ଏବଂ ପୁଡୁଚେରୀ ଓ ଛତିଶଗଡ଼ରେ ଜଣେ ଲେଖାଏ ରୋଗୀ ଚିହ୍ନଟ ହୋଇଛନ୍ତି ।
ଇତିମଧ୍ୟରେ କେନ୍ଦ୍ର ସରକାର କରୋନା ଭାଇରସ୍ର ମୁକାବିଲା ପାଇଁ ରବିବାର କେତେକ ନୂଆ ନିଦେ୍ର୍ଧଶାବାଳୀ ଜାରି କରିଛନ୍ତି । କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ଦେଶର ୭୫ଟି ଜିଲ୍ଲାରେ ଲକ୍ ଡାଉନ୍ (ତାଲା ବନ୍ଦ) ଲାଗୁ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଲକ୍ଡାଉନ୍ ଅବଧିରେ ଏହି ୭୫ ଜିଲ୍ଲାରେ ଜରୁରି ସେବା ଜାରି ରହିବ । କ୍ୟାବିନେଟ୍ ସଚିବ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କ ସହ ଅନୁÂିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରମାନେ ନିଜ ରାଜ୍ୟର ସ୍ଥିତି ଅନୁଧ୍ୟାନ କରି ତାଲାବନ୍ଦ ଜିଲ୍ଲା ତାଲିକାକୁ ବଢ଼ାଇ ପାରିବେ । ଏହାଛଡ଼ା ଯାତ୍ରୀବାହୀ ପରିବହନ ସେବା ସମେତ ଅନ୍ତଃରାଜ୍ୟ ବସ୍ ସେବାକୁ ମାର୍ଚ୍ଚ ୩୧ ଯାଏଁ ବାତିଲ କରିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଦେଶର ସମସ୍ତ ଯାତ୍ରୀବାହୀ/ମେଲ୍/ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ସହ ମେଟ୍ରୋ ରେଳ ସେବା ଆସନ୍ତା ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ମାର୍ଚ୍ଚ ୨୨ ତାରିଖ ଭୋର ୪ଟାରୁ ଯେଉଁ ଟ୍ରେନ ଟ୍ରେନ ଷ୍ଟେସନରୁ ଯାତ୍ରା କରିଛି ତାହା ଗନ୍ତବ୍ୟସ୍ଥଳରେ ପହଞ୍ଚôବା ପରେ ତାକୁ ବନ୍ଦ କରିଦିଆଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ରବିବାର ସମଗ୍ର ଦେଶ ଜନତା କର୍ଫୁ୍ୟରେ ସାମିଲ ହୋଇଥିଲା । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଆଡେ଼ ଲୋକମାନେ ଏହାକୁ ବିପୁଳ ସମର୍ଥନ କରିଥିଲେ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା ଜନତା କର୍ଫୁ୍ୟ । ଏହି ସମୟରେ ଦୋକାନ ବଜାର ଠାରୁ ଆରମ୍ଭ କରି ଯାନବାହାନ ଚଳାଚଳ ସବୁ ଅଟକି ଯାଇଥିଲା । ଲୋକମାନେ ମଧ୍ୟ ନିଜ ଘରେ ରହିବାକୁ ଉଚିତ ମଣିଥିଲେ । ସନ୍ଧ୍ୟା ୫ଟାରେ ମୋଦିଙ୍କ ପରାମର୍ଶ ଅନୁସାରେ ଲୋକମାନେ ନିଜ ଘରେ ଘଣ୍ଟି, ଘଣ୍ଟା ଓ ତାଳିମାଡ଼ କରି କରୋନା ମୁକାବିଲାରେ ସାମିଲ ହୋଇ ନିରବଚ୍ଛିନ୍ନ ଭାବେ ଲୋକମାନଙ୍କ ସେବା କରିଆସିଥିବା ଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons