ସମଗ୍ର ବିଶ୍ୱ ଭାରତ ସପକ୍ଷରେ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗକୁ ପାକିସ୍ତାନ ବିଶ୍ୱ ଦରବାରରେ ଉଠାଇବାକୁ ଚେଷ୍ଟା କରିଥିଲା । ମାତ୍ର ସମଗ୍ର ବିଶ୍ୱ ଭାରତ ସପକ୍ଷରେ ଠିଆ ହୋଇଥିଲେ । ଫଳରେ ପାକିସ୍ତାନକୁ ସବୁଆଡୁ ନିରାଶ ହେବାକୁ ପଡିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି । ଏଠାରେ ଆୟୋଜିତ ଏକ ପ୍ରେସମିଟ୍ରେ ଜାବଡେକର କହିଛନ୍ତି ଯେ ଜାତିସଂଘ ଠାରୁ ଆରମ୍ଭ କରି ବିଭିନ୍ନ ଦେଶର ଦରଜା ପାକିସ୍ତାନ ବାଡେଇଛି । ହେଲେ ସବୁଆଡୁ ଏହାକୁ ନିରାଶ ହେବାକୁ ପଡିଛି । ସେ କହିଛନ୍ତି ଯେ କାଶ୍ମୀର ଉପରେ ମୋଦି ସରକାର ସବୁଠାରୁ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ କାଶ୍ମୀର ପରିସ୍ଥିତି ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି । କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ମିଳିଥିବା ଧାରା ୩୭୦ ଓ ୩୫-କ ଉଠାଇ ଏହାକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ (ଜମ୍ମୁ-କାଶ୍ମୀର ଓ ଲଦାଖ)ରେ ପରିଣତ କରିବା କିଛି ଛୋଟ ପଦକ୍ଷେପ ନୁହେଁ । ହେଲେ ମୋଦି ସରକାର ସେହି ସାହସିକ ପଦକ୍ଷେପ ନେଇଛନ୍ତି । ଧାରା ୩୭୦ ଉଠାଯିବାର ୩୫ ଦିନ ଭିତରେ କାଶ୍ମୀରେ କାଁଭାଁ ଛୋଟ ଘଟଣା ଘଟିଛି । ମାତ୍ର ଧିରେ ଧିରେ ପରିସ୍ଥିତି ସୁଧୁରୁଛି ଏବଂ ଆଉ କିଛିଦିନ ଭିତରେ ସମ୍ପୂର୍ଣ୍ଣ ସ୍ଥିତିରେ ସୁଧାର ଆସିବ । ବର୍ତ୍ତମାନ ଜମ୍ମୁ-କାଶ୍ମୀରବାସୀ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସବୁ ଯୋଜନାର ସୁଫଳ ପାଇବେ । ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ସଂରକ୍ଷଣ ହେଉ କିମ୍ବା ପଞ୍ଚାୟତ ନିର୍ବାଚନ, ଶିକ୍ଷା ଅଧିକାରୀ ହେଉ କିମ୍ବା ସୂଚନା ଅଧିକାରୀ ପ୍ରତ୍ୟେକଟିର ସୁଫଳ କାଶ୍ମୀର ଜନସାଧାରଣଙ୍କୁ ମିଳିବ । ଜମ୍ମୁ-କାଶ୍ମୀର ଓ ଲଦାଖର ଯୁବକଙ୍କୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons