ସମତୁଲ ହେଲା ପୂର୍ତ୍ତ ବିଭାଗ ରାସ୍ତା

Get real time updates directly on you device, subscribe now.

କୋଷାଗୁମୁଡ଼ା: ଶେଷରେ ଜିଲ୍ଲା ପ୍ରଶାସନ ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିଛି । ରାସ୍ତା ମଝିରେ ସୃଷ୍ଟି ହୋଇଥିବା କୃତ୍ରିମ ପୋଖରୀରେ ଡବ୍ଲ୍ୟୁଏମ୍(ମେଟାଲ ଓ ପଥରଗୁଣ୍ଡ) ପକାଇ ରାସ୍ତା ମରାମତି କରାଯାଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ୍ ସଦର ମହକୁମାଠାରୁ ସନ୍ତୋଷପୁରକୁ ଯୋଡ଼ୁଥିବା ପୂର୍ତ୍ତ ବିଭାଗ ରାସ୍ତା ମରାମତି ପରେ ଯାତାୟାତ ଉପଯୋଗୀ ହୋଇପାରିଛି ।
ସୂଚନାଥାଉ କି, ଚଳିତ ମାସ ୮ ତାରିଖରେ “”ପୋଖରୀ ମଧ୍ୟରେ ରାସ୍ତା ନା ରାସ୍ତା ମଝିରେ ପୋଖରୀ’ ବୋଲି ଖବର ପ୍ରସାର ପରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । କୋଷାଗୁମୁଡ଼ା-ସନ୍ତୋଷପୁର ପୂର୍ତ୍ତ ବିଭାଗ ରାସ୍ତା ଉପରେ ୧୦ଟି ପଞ୍ଚାୟତର ପ୍ରାୟ ବ୍ଲକ୍ର ଏକ ତୃତୀୟାଂଶ ଲୋକ ନିର୍ଭରଶୀଳ । ମାତ୍ର ମରାମତି ଅଭାବରୁ କୋଷାଗୁମୁଡ଼ା ବସ୍ଷ୍ଟାଣ୍ଡ୍ଠାରୁ ମାତ୍ର ୫୦ରୁ ୬୦ମିଟର ଦୂରରେ ବ୍ୟସ୍ତବହୁଳ ଏହି ରାସ୍ତା ମଝିରେ ୮ ବର୍ଗଫୁଟ୍ର ଖାଲ ହୋଇ ପ୍ରାୟ ଦେଢ଼ ଫୁଟ୍ ପାଣି ଜମା ହେଉଥିଲା । ଏହା କୃତ୍ରିମ ପୋଖରୀ ଭଳି ଦୃଶ୍ୟମାନ ହେଉଥିଲା । ଏହି ରାସ୍ତା ମରାମତି ପରେ ଅଞ୍ଚଳବାସୀ ପ୍ରଶାସନକୁ ସା%ୁବାଦ ଜଣାଇଛନ୍ତି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons