ସମସ୍ତଙ୍କୁ ଭଲ ପାଇବା ଜୀବନର ଶ୍ରେÂ ସୂତ୍ର: ରାଜ୍ୟପାଳ

Get real time updates directly on you device, subscribe now.

ବାଲିଚନ୍ଦ୍ରପୁର,(ବି.ବି.ନୁ୍ୟଜ୍): ଦୁର୍ଲଭ ମଣିଷ ଜୀବନର ଶ୍ରେÂ ସୂତ୍ର ହେଉଛି ସମସ୍ତଙ୍କୁ ଭଲ ପାଇବା ଓ ସ୍ୱୀକାର କରିବା । ଏହା ହିଁ ହେଉଛି ବିଶ୍ୱ ମାନବବାଦର ଏକ ଅମୂଲ୍ୟ ଦର୍ଶନ ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି ।
ବଡ଼ଚଣା ବ୍ଲକ୍ ବାଲିଚନ୍ଦ୍ରପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ସ୍ୱୟଂ ନିଜକୁ ପ୍ରକାଶ କରିବା ହିଁ ଶ୍ରେÂ ମାଧ୍ୟମ । ଶିଶୁ ଠାରୁ ବୟସ୍କ ସମସ୍ତେ ଏହି ଚିନ୍ତନକୁ ଉପଲବ୍ଧି କରିବା ଉଚିତ୍ । ଭାରତର ରାଷ୍ଟ୍ରପତିଙ୍କ ଏକ ଚିନ୍ତନକୁ ଉଦାହରଣ ଭାବେ ଦର୍ଶାଇ ବିନା ଭେଦଭାବ ସହିତ ଫୁଲଟି ସମସ୍ତଙ୍କୁ ଆନନ୍ଦ ଓ ସୌନ୍ଦର୍ଯ୍ୟ ପ୍ରଦାନ କରେ । ରାଜ୍ୟର ମନିଷୀ ଓ ବୀରପୁତ୍ର ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ, ବକ୍ସି ଜଗବନ୍ଧୁ, ବାଘା ଜତିନ ଓ ଜୟୀ ରାଜଗୁରୁଙ୍କ ଜୀବନ ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ରାଜ୍ୟପାଳ କହିଥିଲେ ।
ବଡ଼ଚଣା ବିଧାୟକ ତଥା ଅଭ୍ୟଥର୍ନା ସମିତିର ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ମୁଖ୍ୟବକ୍ତା ଭାବେ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ. ପ୍ରଶାନ୍ତ ରାଉତ ଓ ସମ୍ମାନୀତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଦେ୍ଧଶ୍ୟରେ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷାଦାତା ଓ ପୃଷ୍ଟପୋଷକ ଦିବାକର ବିଶ୍ୱାଳ, କୈଳାସ ଚନ୍ଦ୍ର ମହାନ୍ତି, ରାଧାନାଥ ମହାନ୍ତି, ନିମାଇଁ ଚରଣ ଜେନା, ଲାଲବିହାରୀ ଜେନା, ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରତାପ ଚନ୍ଦ୍ର ପରିଡ଼ା, ଇନ୍ଦ୍ରମଣି ସାମଲ, ଚନ୍ଦ୍ରମଣି ସାହୁ, ମନୋରଞ୍ଜନ ସାହୁ, ଶରତ ଚନ୍ଦ୍ର ସାମଲ ଓ ବିଦ୍ୟାଳୟ ପାଇଁ ଜମି ଦାନ କରିଥିବା କରୁଣାକର ମହାରଣାଙ୍କୁ ମରୋଣତ୍ତର ସମ୍ମାନ ରାଜ୍ୟପାଳ ପ୍ରଦାନ କରିଥିଲେ ।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁବର୍ଣ୍ଣ ଜୟନ୍ତୀ କମିଟିର ସଭାପତି ସାମ୍ବାଦିକ ଭକ୍ତଚରଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବାଲିଚନ୍ଦ୍ରପୁର ସରପଞ୍ଚ ଫନୀନ୍ଦ୍ରନାଥ ପଣ୍ଡା ଓ ସମିତିସଭ୍ୟ ଅମୀୟ କୁମାର ବିଶ୍ୱାଳ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ‘ସ୍ୱର୍ଣ୍ଣ ସ୍ୱାକ୍ଷର’କୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ । ଶେଷରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ର ସଂସଦ ପକ୍ଷରୁ ସାମ୍ବାଦିକ ପ୍ରଦୀପ୍ତ ପୃଷ୍ଟି, ଅଜୟ ପ୍ରତାପ ସିଂହ, ଏକାଦଶୀ ସେଠୀ, ମନୋଜ କୁମାର ପରିଡ଼ା, ପ୍ରତାପ ଚନ୍ଦ୍ର ନାୟକ, ମନ୍ମଥ କେଶରୀ ସାହେବରାୟ, ନରହରି ସେନ, ଅଶୋକ ସିଂହ, ଗିରିଜା ପ୍ରସାଦ ସାହୁ, ରଣେନ୍ଦ୍ର ପ୍ରତାପ ମିଶ୍ରଙ୍କ ସମେତ ବହୁ ପୁରାତନ ଛାତ୍ର ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons