ସମସ୍ତଙ୍କ ନିକଟରେ ମୁଁ ଋଣୀ: ନବୀନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମଗ୍ର ବିଶ୍ୱର କୋଣ ଓ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନେ ଏକାସାଙ୍ଗରେ ‘ ବନେ୍ଦ ଉକ୍ରଳ ଜନନୀ’ ଗାନ କରି କୋଭିଡ ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ଯେଭଳି ଉତ୍ସାହିତ କଲେ ତାହା ଅଦ୍ଭୂତପୂର୍ବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କ ନିକଟରେ ମୁଁ ଋଣୀ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସଂଗୀତ ଗାନରେ ଛୋଟପିଲାଙ୍କଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀଙ୍କ ପର୍ଯ୍ୟନ୍ତ ସବୁ ବୟସର ତଥା ସବୁବର୍ଗର ଜନସାଧାରଣଙ୍କ ଯୋଗଦାନ କୋଭିଡ୍ ବିରୋଧରେ ଆମ ସଂଗ୍ରାମକୁ ଆହୁରି ଦୃଢ଼ କରିବ । ଏହା ଆମକୁ ଅଧିକ ନୈତିକ ଶକ୍ତି ଯୋଗାଉଛି । ସେହିପରି ସମସ୍ତ ରାଜନୈତିକ ଦଳ ଯେଭଳି ଏ ଉଦ୍ୟମକୁ ଅକୁଣ୍ଠ ସମର୍ଥନ ଯୋଗାଇଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ମାଟିର ଗୌରବ ବୃଦ୍ଧି ସହ ଓଡ଼ିଆ ଜାତିର ସନ୍ତାନକୁ ସର୍ବୋତ୍ତମ ଶିଖରରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons