ସମାଧାନ ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଧାରଣା

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଦୁଇ ସଂପ୍ରଦାୟର ପୁଅ-ଝିଅଙ୍କ ମଧ୍ୟରେ ପ୍ରଥମେ ପ୍ରେମ ଓ ପରେ ଫେରାର୍ ଘଟଣାକୁ ନେଇ କଣ୍ଟାମାଳ ଅଞ୍ଚଳରେ ଉତ୍ତେଜନା । ଗତ ୨୨ ତାରିଖରେ ଉଭୟ ସମ୍ପ୍ରଦାୟ ମଧ୍ୟରେ ମାରପିଟ ସାଙ୍ଗକୁ ଘର ଭଙ୍ଗାରୁଜା । ଏହାର ସମାଧାନ ନହେବାରୁ ଆଜି କଂଟାମାଳ ଗାଁର ଗୋଟିଏ ଗୋÂୀ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ପରିବାର ସହ ଖାଦ୍ୟପେୟ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ।
ପୂର୍ବ ଅଭିଯୋଗକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ନିଦେ୍ର୍ଧଶରେ କାଶୀପୁର ତହସିଲଦାର, ଥାନା ଆଇଆଇସି, ସରପଞ୍ଚ ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଶାନ୍ତି କମିଟି ବୈଠକ ଡକାଯାଇଥିଲା । ସାମାଧାନର ମଧ୍ୟ ବାଟ କଢାଯାଇଥିଲା । କମିଟିରେ ନିଷ୍ପତ୍ତି ହୋଇଥିଲା ଯେ, ଆସନ୍ତା ୫ ମାସ ଭିତରେ ଅନୁସୂଚିତ ଜାତିବର୍ଗର ଲୋକଙ୍କୁ ଅନ୍ୟତ୍ର ଜାଗା ଚିହ୍ନଟ କରାଯାଇ ସ୍ଥାନାନ୍ତର କରାଯିବ । ତା ପୂର୍ବରୁ ପୁଣିଥରେ ଉତ୍ତେଜନା ଦେଖାଦେଇଥିଲା । ଆଜି ଅନୁସୂଚିତ ଜାତି ବର୍ଗର ଲୋକେ ଧାରଣା ଦେବା ପରେ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେଇଛି ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଓ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପୁଲିସ ସହାୟତାରେ ସେମାନଙ୍କୁ ଗାଁରେ ପହଞ୍ଚାଇଛନ୍ତି । ସେମାନଙ୍କୁ ସ୍ଥାନାନ୍ତର କରାନଯିବା ପର୍ଯ୍ୟନ୍ତ ଗାଁରେ ପୁଲିସ ମୁତୟନ କରାଯାଇ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ନିଜ ଗାଁକୁ ଫେରିଛନ୍ତି ।
ସୂଚନା ଥାଉକି, କାଶୀପୁର ବ୍ଲକ କଂଟାମାଳ ଗାଁରେ ଅନୁସୂଚିତ ଜନଜାତି ବର୍ଗର ଏକ ଝିଅର ଅନୁସୂଚିତ ଜାତି ବର୍ଗର ପୁଅ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛିଦିନ ତଳେ ସେମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ଏହାକୁ କେନ୍ଦ୍ରକରି ଗାଁରେ କିଛିଦିନ ହେବ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି । ଅନୁସୂଚିତ ଜନଜାତି ବର୍ଗର କେତେକ ବ୍ୟକ୍ତି ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଉପରେ ରାଗ ରଖି ଆକ୍ରମଣ କରିବା ସହ ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଥିଲା । ଏମିତିକି ପାନୀୟଜଳ, ବିଦୁ୍ୟତ ଯୋଗାଣ ବିଛିନ୍ନ କରାଯାଇ ସେମାନଙ୍କୁ ଗାଁରୁ ତଡ଼ିଦେବା ପାଇଁ ଉଦ୍ୟମ ଚାଲିଥିବା ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ପ୍ରତିକାର କରାନଯିବାରୁ ଆଜି ଗ୍ରାମର ସୁନୀଲ କୁମାର ନାଏକ, ମହେନ୍ଦ୍ର ନାଏକ, ରାମଚନ୍ଦ୍ର ନାଏକ, ଅଗାଧୁ ନାଏକ, ସୁରେନ୍ଦ୍ର ନାଏକ, ରମେଶ ଚନ୍ଦ୍ର ନାଏକ ଏବଂ ଅନ୍ୟ ଗ୍ରାମବାସୀ ଆଜି ଧାରଣାରେ ବସିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons