ସମିତି ସଭ୍ୟଙ୍କ ଆନେ୍ଦାଳନ ଚେତାବନୀ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ଦିଗପହଣ୍ଡି ବ୍ଲକ୍ର କାଶୀ ବିଶ୍ୱନାଥ ପୀଠରେ ଅସନ୍ତୁଷ୍ଟ ସମିତି ସଭ୍ୟଙ୍କ ବୈଠକ । ଶୁକ୍ରବାର ହୋଇଥିବା ବୈଠକରେ ବ୍ଲକ୍ ଉପାଧ୍ୟକ୍ଷ ଏମ୍.ଅନୁସୂୟା ରେଡ୍ଡିଙ୍କ ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡିଙ୍କ ସମେତ ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ଉପସ୍ଥିତ ଥିଲେ । ବିଡିଓଙ୍କ ଉପସ୍ଥିତିରେ ସମିତି ସଭ୍ୟ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ଲୋକ ପ୍ରତିନିଧି ନିୟମ ଅନୁଯାୟୀ ଆଇନଗତ ଅଧିକାର ମିଳୁନାହିଁ । ପଞ୍ଚାୟତ ସମିତି ବୈଠକରେ ସମ୍ମାନ ଦିଆଯାଉନାହିଁ । ବ୍ଲକ୍ ପାଣ୍ଠିକୁ ଆସୁଥିବା ବିଭିନ୍ନ ଯୋଜନାର ଅନୁଦାନ ସମ୍ପର୍କରେ ଅବଗତ କରାଯାଉନାହଁ । ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ସେମାନଙ୍କୁ ସହଭାଗୀ କରାଯାଉ ନାହିଁ । ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିଲେ ମଧ୍ୟ ଲୋକପ୍ରତିନିଧି ନିୟମ ଅନୁଯାୟୀ ସେମାନଙ୍କ ସ୍ୱାଭିମାନ ରକ୍ଷା ହେଉନାହଁ । ଏଣିକି ସେ କଥା ଆଉ ଚଳିବ ନାହଁ । ବ୍ଲକ୍ କାର୍ଯ୍ୟାଳୟକୁ ଗଲେ ସ୍ୱତନ୍ତ୍ର ସ୍ଥାନ ମିଳିବା ଦରକାର । ସେମାନଙ୍କର ଦାବି ଓ ଆଇନଗତ ଅଧିକାର ପୂରଣ ନହଲେ ସେମାନେ ଆନେ୍ଦାଳନର ରାସ୍ତା ବାଛିବେ ବୋଲି ବିଡିଓଙ୍କ ଆଗରେ କହିଛନ୍ତି ଅସନ୍ତୁଷ୍ଟ ସମିତି ସଭ୍ୟ । ସମିତି ସଭ୍ୟଙ୍କ ସ୍ୱାଭିମାନକୁ ସମ୍ମାନ ଦେବେ ଓ ଦାବି କାର୍ଯ୍ୟକାରୀ ପାଇଁ ଚେଷ୍ଟା କରିବେ ବୋଲି ବିଡିଓ ହଳଧର ଶବର ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ସମିତି ସଭ୍ୟମାନେ ବିଡିଓଙ୍କ କାର୍ଯ୍ୟାଳୟରେ ଆଲୋଚନା ନକରି ସଦର ମହକୁମାରୁ ୫/୬ କିମି ଦୂର କାଶୀ ବିଶ୍ୱନାଥ ପୀଠରେ ବୈଠକ କରିବା ଚର୍ଚ୍ଚାର ବିଷୟ ହୋଇଛି । ବର୍ଷକ ତଳେ ସମିତି ସଭ୍ୟମାନେ ମହୁରିକାଳୁଆ ପୀଠରେ ଏଭଳି ବୈଠକ କରିଥିଲେ ଯାହା ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ବିଚଳିତ କରିଥିଲା । ସେ ସଙ୍ଗେ ସଙ୍ଗେ ତାଳିପକା ଉଦ୍ୟମ କରି ଅସନ୍ତୁଷ୍ଟ ସମିତି ସଭ୍ୟଙ୍କୁ ନିଜ ବାଙ୍କେଶ୍ୱରୀ ପୀଠକୁ ଡକାଇ ଅସନ୍ତୋଷ ପ୍ରଶମିତ ଉଦ୍ୟମ କରିଥିଲେ । ସେମାନଙ୍କ ସ୍ୱାଭିମାନକୁ ସମ୍ମାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ନକରିବାରୁ ବାଧ୍ୟ ହୋଇ ଦାବି ହାସଲ ପାଇଁ ପୁଣି ଏକାଠି ହୋଇଥିବା କହିଛନ୍ତି ବ୍ଲକ୍ ଉପାଧ୍ୟକ୍ଷଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡି । ସୁଶାନ୍ତ କୁମାର ସେଠୀ, ବାଲାଜି ରେଡ୍ଡି, ରାଜୀବ ସ୍ୱାଇଁ, କୃଷ୍ଣଚନ୍ଦ୍ର ପ୍ରଧାନ, ଦିଗାମ୍ବର ଧର ଓ ରଞ୍ଜନ ସାହୁଙ୍କ ତତ୍ତ୍ୱବଧାନରେ ବୈଠକ ହୋଇଥିଲା । ବିଜେଡି ଯୁବନେତା ରାମକୃଷ୍ଣ ପାଢୀ ମଧ୍ୟ ଉପସ୍ଥିତ ଥିଲେ । ଅପରପକ୍ଷରେ ବୈଠକ ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ଆଲୋଚନା ହୋଇଛି । ବୈଠକରେ ଉପସ୍ଥିତି ସମ୍ପର୍କରେ ବିଡିଓ ହଳଧର ଶବର କହିଛନ୍ତି ଯେ- ସେଠାରେ ଉନ୍ନୟନ କାର୍ଯ୍ୟ ଚାଲିଥିବାରୁ ତଦାରଖ ପାଇଁ ଯାଇଥିଲି । ଉପସ୍ଥିତ ସମିତି ସଭ୍ୟମାନେ ତାଙ୍କୁ ଆସିବାକୁ ଅନୁରୋଧ କରିଥିଲେ । ଏଣୁ ଅନୁରୋଧ ରକ୍ଷା କରି ଯାଇଥିଲି ବୋଲି କହିଛନ୍ତି ବିଡିଓ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons