ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍’ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି । ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିÂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ସହ ବିଜୁଳି ଓ ଯୋଗାଯୋଗ ବ୍ୟବସ୍ଥା ଯେପରି ବିଚ୍ଛିନ୍ନ ନ ହୁଏ, ସେଥିଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବାତ୍ୟା ସମୟରେ କରୋନା ରୋଗୀଙ୍କ ଚିକିତ୍ସା ଯେପରି ବାଧାପ୍ରାପ୍ତ ନ ହେବ, ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଓ ବ୍ୟବସ୍ଥା ନେବାକୁ ନିଦେ୍ର୍ଧଶ ଦେଇଛନ୍ତି । ସରକାର ନେଇଥିବା ବିିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ ହେବା ସହ ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ ନେଇ କାମନା କରିଛନ୍ତି ମୋଦି । ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସମୀକ୍ଷା ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ । ଗୃହ ମନ୍ତ୍ରାଳୟ ପକ୍ଷରୁ ୨୪ ଘଣ୍ଟିଆ ସ୍ଥିତି ସମୀକ୍ଷା ସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରାଯାଉଛି । ବାତ୍ୟା ପ୍ରଭାବିତ ରାଜ୍ୟକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସଏସଏଚର ପ୍ରଥମ କିସ୍ତି ଜାରି କରାଯାଇଛି । ଏନଡିଆରଏଫ ପକ୍ଷରୁ ଡଙ୍ଗା, ଗଛକଟା ଯନ୍ତ୍ର, ଟେଲିକମ୍ ଉପକରଣ ଆଦି ସରଞ୍ଜାମ ମହଜୁଦ ରଖାଯାଇଛି । ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସମୁଦ୍ରରେ ସମସ୍ତ ତୈଳ ପ୍ରକଳ୍ପଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ପରିବହନକାରୀ ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି । ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜରୁରୀକାଳୀନ କାର୍ଯ୍ୟାନୁÂାନ ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି । ଟେଲିକମ ମନ୍ତ୍ରଣାଳୟ ସମସ୍ତ ଟେଲିକମ ଟାୱାର ଓ ଏକ୍ସଚେଞ୍ଜ ପ୍ରତି ନିୟମିତ ନଜର ରଖିଛି । ଟେଲିକମ ନେଟୱାର୍କକୁ ପୁନରୁଦ୍ଧାର କରିବା ଲାଗି ପ୍ରସ୍ତୁତି ଶେଷ ହୋଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ କୋଭିଡ୍ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଭାବିତ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ଭାବେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସହ ନିବିଡ଼ ସମ୍ପର୍କ ରକ୍ଷା କରିବାକୁ ବରିÂ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ବାତ୍ୟା ସମୟରେ କ’ଣ କରିବା ଉଚିତ ସେ ନେଇ ସ୍ଥାନୀୟ ମାତୃଭାଷାରେ ମାର୍ଗଦର୍ଶିକା ଜାରି କରିବାକୁ ପ୍ରଧାନମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ଗୃହ ରାଷ୍ଟ୍ର ମନ୍ତ୍ରୀ, କ୍ୟାବିନେଟ ସଚିବ ଓ ବିଭିନ୍ନ ମନ୍ତ୍ରାଳୟର ଅଧିକାରୀ, ଏନଡିଏମଏ, ଶକ୍ତି, ବନ୍ଦର ଓ ଜାହାଜ ମନ୍ତ୍ରାଳୟ, ଜଳମାର୍ଗ, ରେଳବୋର୍ଡ, ଆଇଏମଡି, ଏନଡିଆରଏଫ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons