ସମ୍ପତ୍ତି ପାଇଁ ଭାଇବୋହୂ ନେଇଥିଲା ଦେଡ଼ଶୁର, ଯାଆଙ୍କ ଜୀବନ

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ୍): ସମ୍ପତ୍ତି ଲୋଭରେ ମଣିଷ କିପରି ଅନ୍ଧ ହୋଇଯାଇଥାଏ ତାହା ଗୋଲାବୋଦସା ଗ୍ରାମରେ ଘଟିଥିବା ଦମ୍ପତିଙ୍କ ମୃତୁ୍ୟ ଘଟଣାରୁ ଜଣାପଡ଼ିଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବୋଦସା ପଞ୍ଚାୟତର ଗୋଲାବୋଦସା ଗ୍ରାମରେ ରଜ ସଙ୍କ୍ରାନ୍ତି ୧୫ ତାରିଖ ଦିନ ଦମ୍ପତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆକସ୍ମିକ ମୃତୁ୍ୟ ଘଟିଥିଲା । ରଜ ଅବସରରେ ଦମ୍ପତି ହସଖୁସିରେ ଥିବା ବେଳେ ହଠାତ୍ କାହିଁକି ପ୍ରାଣ ହରାଇଲେ ବୋଲି ଗ୍ରାମବାସୀ ସନେ୍ଦହ କରିଥିଲେ । କାରଣ ଖୋଜୁ ଖୋଜୁ ଏକ ଜମି ପାଇଁ ଦମ୍ପତିଙ୍କ ଖାଦ୍ୟରେ ଗୁଣିଆ ଦେଇଥିବା ଔଷଧ ପକା ଯାଇଥିବା ଜଣାପଡ଼ିଲା । ଏହାର ବିଷ ପ୍ରକ୍ରିୟାରେ ଦମ୍ପତି ପ୍ରାଣ ହରାଇଥିଲେ । ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖିଛି ।
ଘଟଣାରୁ ପ୍ରକାଶ ଗୋଲାବୋଦସା ଗ୍ରାମର ଭାଗୀରଥି ସ୍ୱାଇଁ(୬୫)ଙ୍କ ଏକ ଜାଗା ସେହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ(୬୧)ଙ୍କ ବାସଭବନକୁ ଲାଗି ରହିଛି । ହରିହରଙ୍କ ଘରୁ ନିର୍ଗତ ଅଳିଆ ଓ ନାଳପାଣି ଭାଗୀରଥିଙ୍କ ଜାଗାରେ ଜମା ହେଉଥିଲା । ଏହି ଘଟଣାକୁ ନେଇ ବହୁବାର ପାଟିତୁଣ୍ଡ ହୋଇଥିଲା । ଭାଗୀରଥିଙ୍କର ଏହି ଜାଗାକୁ ହରିହର କିଣିବାକୁ ଚାହୁଁଥିଲେ କିନ୍ତୁ ଭାଗୀରଥି ବିକିବାକୁ ଚାହୁଁ ନଥିଲେ । ଭାଗୀରଥିଙ୍କ ସାନଭାଇ ଲକ୍ଷ୍ମୀଧରଙ୍କୁ ହରିହରଙ୍କ ଶାଳୀ ନର୍ମଦା (୪୦) ବିବାହ କରିଛନ୍ତି । ଭାଗୀରଥିଙ୍କ ପୈତୃକ ଘରେ ସମସ୍ତ ଭାଇ ବସବାସ କରିଆସୁଥିଲେ ହେଁ ଲକ୍ଷ୍ମୀଧର ଓ ନର୍ମଦା ଅଲଗା ଚଳୁଥିଲେ ।
ରଜ ସଙ୍କ୍ରାନ୍ତି ସକାଳେ ହରିହରଙ୍କ ପତ୍ନୀ ସୁକାନ୍ତି ପ୍ରଧାନ(୫୨) ତାଙ୍କ ସାନ ଭଉଣୀ ତଥା ଭାଗିରଥିଙ୍କ ଭାଇବୋହୂ ନର୍ମଦାଙ୍କୁ ଏକ କାଗଜପୁଡ଼ିଆ ଦେଇ ତା’ଭିତରେ ଥିବା ଔଷଧକୁ ଭାଗୀରଥିଙ୍କ ଘରେ ରୋଷେଇ ହୋଇଥିବା ତରକାରିରେ ପକାଇ ଦେବାକୁ କହିଥିଲେ । ସେହି ଗୁଣି ଔଷଧକୁ ଭାଗୀରଥି ଓ ତାଙ୍କ ପତ୍ନୀ ଖାଇଲେ ସମ୍ପୃକ୍ତ ଗଣ୍ଡଗୋଳ ଜାଗାକୁ ହରିହରକୁ ବିକ୍ରି କରିବା ପାଇଁ ମନ କରିବେ ବୋଲି ବୁଝାଇ ଥିଲେ । ନର୍ମଦା ଘରକୁ ଯାଇ ସମସ୍ତଙ୍କ ଅଲକ୍ଷ୍ୟରେ ଭାଗୀରଥିଙ୍କ ସ୍ତ୍ରୀ କୌଶଲ୍ୟା ରୋଷେଇ କରିଥିବା ତରକାରିରେ ସେହି ଔଷଧକୁ ପକାଇ ଦେଇଥିଲେ । ଭାଗିରଥି ଓ ତାଙ୍କ ପତ୍ନୀ ସେହି ତରକାରି ଖାଇବାର ଘଣ୍ଟାକ ପରେ ଅସୁସ୍ଥ ଅନୁଭବ କରିଥିଲେ । ସାହି ପଡ଼ିଶାଙ୍କ ସହାୟତାରେ ପ୍ରଥମେ ଖଣ୍ଡପଡ଼ା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଥିବା ବେଳେ ସେଠାରେ ପ୍ରଥମେ କୌଶଲ୍ୟାଙ୍କର ମୃତୁ୍ୟ ଘଟିଥିଲା । କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ଗାଡ଼ି ମଧ୍ୟରେ ଭାଗୀରଥିଙ୍କ ମୃତୁ୍ୟ ଘଟିଥିଲା । ଉଭୟଙ୍କର ଆକସ୍ମିକ ଓ ଅକାଳ ମୃତୁ୍ୟରେ ଗ୍ରାମବାସୀ ସ୍ତବ୍ଧ ହୋଇଯାଇଥିଲେ । ମୃତୁ୍ୟର କାରଣ ଅସ୍ପଷ୍ଟ ଥିବାରୁ ସନେ୍ଦହ କରୁଥିଲେ । ପ୍ରକାଶ ଯେ ମୃତ ଦମ୍ପତିଙ୍କ ଦୁଇ ପୁଅ ଥିବା ବେଳେ ବଡ଼ପୁଅ ବାୟୁସେନାରେ ଚାକିରୀ କରନ୍ତି । ସେ ତାଙ୍କ ପିଲାଛୁଆଙ୍କ ସହ ବାହାରେ ରହୁଛନ୍ତି । ସେହିପରି ସାନପୁଅ ମଧ୍ୟ କୌଣସି ଏକ କମ୍ପାନିରେ କାମ କରୁଥିବା ବେଳେ ସେଠାରେ ରହନ୍ତି । ତେଣୁ ଦମ୍ପତି ଘରେ ଏକୁଟିଆ ରହୁଥିଲେ ।
ଦମ୍ପତିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳି ନଥିବା ବେଳେ ଗ୍ରାମବାସୀ ମୃତୁ୍ୟର କାରଣ ଖୋଜୁଥିଲେ । ଶୁକ୍ରବାର ଅପରାହ୍ଣରେ ହରିହର ଗଣ୍ଡଗୋଳ ସମୟରେ ଭାଗୀରଥିଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏ ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ଗ୍ରାମସଭା ଡାକି ହରିହରଙ୍କୁ ପଚରାଉଚରା କରିଥିଲେ । ହରିହର କିନ୍ତୁ କିଛି ମାନିନଥିଲେ । ଭାଗୀରଥିଙ୍କ ପନôୀ କୌଶଲ୍ୟା ରୋଷେଇ କରିଥିବା ତରକାରୀକୁ ନର୍ମଦାଙ୍କ ଝିଅକୁ ଖାଇବାକୁ ଦେଇଥିବା ବେଳେ ସେ ତାହା ଖାଇ ନଥିଲା ଓ ନର୍ମଦା ସେହି ତରକାରୀକୁ ବାହାରେ ଫିଙ୍ଗି ଦେଇଥିଲେ । କାଳେ ଗାଈଗୋରୁ ତାହା ଖାଇ ମରିବେ ତାହା ଭାବି ସେ ବ୍ୟସ୍ତହୋଇ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ । ସେ ସମ୍ପର୍କରେ ଖବର ପାଇ ଗ୍ରାମବାସୀ ନର୍ମଦା ଓ ସୁକାନ୍ତିକୁ ଡ଼ାକି ଶନିବାର ସନ୍ଧ୍ୟାରେ ଗ୍ରାମସଭାରେ ପଚରାଉଚରା କରିବାରେ ସମସ୍ତ ବିଷୟ ନର୍ମଦା ମାନି ଯାଇଥିଲା । ହରିହର, ତାଙ୍କ ପତ୍ନୀ ସୁକାନ୍ତି ଓ ଶାଳୀ ନର୍ମଦାକୁ ଗ୍ରାମବାସୀ ପୁଲିସକୁ ହସ୍ତାନ୍ତର କରିଥିଲେ । ଥାନାଧିକାରୀ ବିମଳ କୁମାର ମଲ୍ଲିକ, ଖଣ୍ଡପଡ଼ା ଏସଡିପିଓ ଶ୍ରୀନିବାସ ମହାନ୍ତି ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏହି ଗୁଣି ଔଷଧକୁ କୋସ୍କା ନିକଟସ୍ଥ ଆଡ଼କଟା ଗ୍ରାମରୁ ଜନୈକ ଗୁଣିଆଠାରୁ ସୁକାନ୍ତି ଆଣିଥିବା ମାନିଛନ୍ତି । ଏ ସମ୍ପର୍କରେ ତଦନ୍ତ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons