ସମ୍ବିତ ଓ ଦେବଯାନୀଙ୍କ ‘ଇନ୍ଦ୍ରଜାଲ’ର ଶୁଭ ମହୁରତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆର୍ଆର୍ ଇଭେଣ୍ଟ୍ସ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଇନ୍ଦ୍ରଜାଲ’ର ଶୁଭ ମହୁରତ ଆଜି ହୋଟେଲ ସ୍ୱସ୍ତି ପ୍ରିମିୟମ ଠାରେ ଅନୁÂିତ ହୋଇଯାଇଛି । ଫିଲ୍ମର ପ୍ରଯୋଜନା କରୁଛନ୍ତି ରମେଶ ବାରିକ । ନିଦେ୍ର୍ଧଶନା ଦାୟିତ୍ୱ ତୁଲାଉଛନ୍ତି ପିନୁ ନାୟକ । ଡ. ନିର୍ମଳ ନାୟକଙ୍କ ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର । ଗୀତଗୁଡ଼ିକରେ ହୁ୍ୟମାନ ସାଗର, ତାରିକ ଅଜିଜ, ସତ୍ୟଜିତ, ଶୁଭମ ପାଢ଼ୀ, ଓ ଅନ୍ତରା ଚକ୍ରବର୍ତ୍ତୀ, ଶ୍ରୁତିମଧୁର କଣ୍ଠସ୍ୱର ଶୁଣିବାକୁ ମିଳିବ । ଅଭିଜିତ ମଜୁମଦାର ବି ଗୋଟିଏ ଗୀତ ଗାଇଛନ୍ତି । ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । କୋରିଓଗ୍ରାଫି କରିଛନ୍ତି ଲୁବୁନ-ଟୁବନ । କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ । ଫିଲ୍ମର ଲିଡ୍ରେ ସମ୍ବିତ ଓ ଦେବଯାନୀ ରହିଛନ୍ତି । ଅନ୍ୟାନ୍ୟ ଭୂମିକାରେ ତପି ମିଶ୍ର, ସୁଜିତ ପାଇକରାୟ, ପ୍ରଦୁ୍ୟମ୍ନ ଲେଙ୍କା, ମୁନ୍ମୁନ୍ ଖୁଣ୍ଟିଆ, ବନ୍ଦନା, ରାଜଲକ୍ଷ୍ମୀ, ମାନସ, କମଳ, ପୃଥ୍ୱୀରାଜ, ପିଙ୍କନ ଓ ଅସିତ ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ୨୨ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୪ ଜାନୁଆରୀରୁ କରାଯିବାକୁ ସ୍ଥିର ହୋଇଛି । ଓଡ଼ିଶା, କୋଲକାତା ସମେତ ଅନ୍ୟାନ୍ୟ ସ୍ଥାନରେ ଫିଲ୍ମର ସୁଟିଂ ହେବ । ସିନେମାର କାହାଣୀ ସକାଳୁ ଆରମ୍ଭ ହୋଇ ରାତି ଅଧରେ ସରୁଛି । ଅର୍ଥାତ୍ ଗୋଟିଏ ଦିନର କାହାଣୀକୁ ସୁନ୍ଦର ଭାବେ ଚିତ୍ରାୟିତ କରାଯାଇଛି । ଅତୀତରେ କରିଥିବା ଏକ ଭୁଲ୍ ପାଇଁ ମଣିଷ କିଭଳି ବର୍ତ୍ତମାନରେ ଦଣ୍ଡିତ ହୁଏ, ତାହା ହିଁ ଫିଲ୍ମର ମୁଖ୍ୟ କଥାବସ୍ତୁ । ଏକ ସସ୍ପେନ୍ସ ଡ୍ରାମାଷ୍ଟୋରୀ ହୋଇଥିଲେ ହେଁ ‘ଇନ୍ଦ୍ରଜାଲ’ରେ ରହିଛି ଗୋଟିଏ ସୁନ୍ଦର ପ୍ରେମ କାହାଣୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons