ସରକାରଙ୍କ କରୋନା ପ୍ୟାକେଜକୁ ରାହୁଲଙ୍କ ପ୍ରଶଂସା

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବକୁ ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଶଂସା କରିଛନ୍ତି।
ସେ ଟ୍ୱିଟ୍‌ କରି କହିଛନ୍ତି, “ସରକାର ଆଜି ଆର୍ଥିକ ସହାୟତା ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହା ଠିକ୍‌ ଦିଗରେ ପ୍ରଥମ ପଦକ୍ଷେପ।”ସୂଚନାଥାଉ କି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ, କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ନେଉଥିବା ସମସ୍ତ ପଦକ୍ଷେପକୁ କଂଗ୍ରେସ ସମର୍ଥନ କରିବ ବୋଲି ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ ଦିନ ପାଇଁ କରିଥିବା ଲକ୍‌ଡାଉନ୍‌କୁ ମଧ୍ୟ ସୋନିଆ ସମର୍ଥନ କରିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।
ସୋନିଆ ଲେଖିଥିବା ୪ ପୃଷ୍ଠାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ “କଂଗ୍ରେସର ଦଳର ଅଧ୍ୟକ୍ଷ ଭାବେ ମୁଁ କହିବାକୁ ଚାହେଁ ଯେ କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ନେଉଥିବା ପ୍ରତିଟି ପଦକ୍ଷେପକୁ ଆମେ ସମର୍ଥନ କରିବୁ। ଏଥିସହ ମିଳିତ ଭାବେ ଏହି କାର୍ୟ୍ୟକୁ ଆଗକୁ ମଧ୍ୟ ନେବୁ।”

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons