ଦାରିଙ୍ଗବାଡ଼ି: ସରକାରୀ ଜମିକୁ ନେଇ ଗଣ୍ଡଗୋଳ ଅଭିଯୋଗରେ ଦାରିଙ୍ଗବାଡ଼ି ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ହେଲେ ଦାରିଙ୍ଗବାଡ଼ି ଥାନା ଅଧୀନ ତୁର୍କୀବାଡ଼ି ଗ୍ରାମର ପୀତବାସ ମାଳବିଷୋୟୀ ଓ ତାଙ୍କ ପୁଅ ଆଲୋକ ମାଳବିଷୋୟୀ । ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ଏ ଦୁହିଁଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ, ଏପ୍ରିଲ ୨୪ ତାରିଖ ଦିନ ଲୋହରା ସାହି ନିକଟରେ ରହିଥିବା ସରକାରୀ ଜମି (ଖାତା ନଂ-୩୬୯, ପ୍ଲଟ୍ ନଂ-୮୫୬) ରେ ଗୌଡ଼ସାହି ଗ୍ରାମର କିଳା ନାୟକ ନାମକ ଜଣେ ମହିଳା ଘର ତିଆରି କରିଥିଲେ । ହେଲେ ପୀତବାସ ଓ ତାଙ୍କ ପୁଅ ଆଲୋକ ଦୁହେଁ ମିଶି ଏହି ଜାଗା ଆମର କହି ଉକ୍ତ ମହିଳାଙ୍କ ଘର ଭାଙ୍ଗିବା ସହ ସମସ୍ତ ଘରକରଣ ସାମାନ ନେଇ ଯାଇଥିଲେ । ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶାଳୀନ ଭାଷାରେ ଗାଳିଗୁଳଜ କରିଥିଲେ । ଏ ନେଇ ମହିଳା ଜଣକ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ୭୩/୨୧ରେ ଏକ ମାମଲା ରୁଜୁକରି ପୀତବାସ ଓ ଅଲୋକକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଏସ୍ଆଇ ସୌମ୍ୟକାନ୍ତ ପଣ୍ଡା ଘଟଣାର ତଦନ୍ତ କରୁଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.