ଭୁବନେଶ୍ୱର: ସରକାରୀ ଦଳ ଉପମୁଖ୍ୟ ସଚେତକ ପଦରୁ ବିଦା ହେଲେ ପ୍ରଣବ ବଳବନ୍ତରାୟ। ତାଙ୍କ ସ୍ଥାନରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।
ନୂଆ ସରକାର ଗଠନ ହେବା ପରେ ଯାଜପୁର ଜିଲ୍ଳାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଭାବେ ବିଜେଡି ସୁପ୍ରିମୋଙ୍କ ଦ୍ୱାରା ନିଯୁକ୍ତି ପାଇଥିଲେ। ତେବେ ହଠାତ୍ କାହିଁକି ପ୍ରଣବଙ୍କୁ ବିଦା କରାଗଲା, ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି।
Comments are closed, but trackbacks and pingbacks are open.