ସରକାରୀ ନିୟମକୁ ଫୁ,ସାମାଜିକ ଦୂରତାକୁ ବେଖାତିର୍

Get real time updates directly on you device, subscribe now.

ବାଲେଶ୍ୱର, (ବି.ବି.ନୁ୍ୟଜ୍): ସବୁ ତପସ୍ୟା ଶୁଖୁଆ ପୋଡ଼ାରେ ଚାଲିଗଲା । ଦୀର୍ଘଦିନର ଲକ୍ଡାଉନ୍, ସର୍ଟଡାଉନ, ସାମାଜିକ ଦୂରତ୍ୱ ଭଳି ଅନେକ ସତର୍କତାମୂଳକ ପଦକ୍ଷେପ ଆଜି ପ୍ରଶାସନର ଖାମଖିଆଲୀ ମନୋଭାବ ପାଇଁ ଚୂଲିକୁ ଗଲା ଭଳି ଲାଗୁଛି । ବାଲେଶ୍ୱର ଜିଲ୍ଲାରେ ଯେମିତି ସରକାରୀ ନିୟମ କିଛି ବି କାମ କରୁନି । ସବୁ କିଛି ଠିକ୍ଠାକ ଚାଲୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହଯାଉଥିଲେ ହେଁ ବାସ୍ତବ ଚିତ୍ର କିନ୍ତୁ ଓଲଟା । ଯାହାର ଜ୍ୱଳନ୍ତ ପ୍ରମାଣ ସୋମବାର ରେମୁଣା ଗୋଲଇରେ ଦେଖିବାକୁ ମିଳିଥିଲା । ହାଇଦ୍ରାବାଦରୁ ଆସିଥିବା ଶତାଧିକ ପ୍ରବାସୀ ଶ୍ରମିକଙ୍କୁ ଟ୍ରକ୍, ବସ୍, ପିକ୍ଅପରେ ଖୁନ୍ଦାଖୁନ୍ଦି କରି ଘରକୁ ପଠାଯାଇଥିଲା । ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇନଥିଲା । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ବେଆଇନ କାର୍ଯ୍ୟ ହେବା ସମସ୍ତଙ୍କୁ ଚକିତ କରିଥିଲା ।
ଖବରରୁ ପ୍ରକାଶ, ହାଇଦ୍ରାବାଦର ପେଗମପେଟ୍ରେ ଥିବା ଏକ ଗ୍ରାନାଇଟ୍ କାରଖାନାରେ ବାଲେଶ୍ୱର, ମୟୂରଭଞ୍ଜ ସମେତ ପଶ୍ଚିମବଙ୍ଗର ଶତାଧିକ ଶ୍ରମିକ କାମ କରୁଥିଲେ । ଲକ୍ଡାଉନ ପାଇଁ କାରଖାନା ବନ୍ଦ ହୋଇଥିଲା । ଶ୍ରମିକମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥିଲେ । କାରଖାନା କର୍ତ୍ତୃପକ୍ଷ ସମସ୍ୟା ପ୍ରତି ନଜର ଦେଇ ନଥିଲେ । ଫଳରେ ଶ୍ରମିକମାନେ ସପ୍ତାହ ତଳେ ଘରବାହୁଡ଼ା ଆରମ୍ଭ କରିଥିଲେ । ମାଲ୍ବାହୀ ଟ୍ରକ୍ରେ ସେମାନେ ରାଜପଥରେ ଆସିଥିଲେ । ଆନ୍ଧ୍ର-ଓଡ଼ିଶା ସୀମାରେ ଢିଲା ଯାଞ୍ଚ ପ୍ରକ୍ରିୟା ଯୋଗୁଁ ସେମାନେ ଓଡ଼ିଶାରେ ପ୍ରବେଶ କରିଥିଲେ ।
ସେମାନେ ଶେରଗଡ଼ ଟୋଲ ଗେଟ୍ ଦେଇ ଆସୁଥିବାବେଳେ ସ୍ଥାନୀୟ ଲୋକଙ୍କ ଆଖିରେ ପଡ଼ିଥିଲେ । ଦେଖଣାହାରୀ ତତ୍କ୍ଷଣାତ୍ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଖବର ଦେଇଥିଲେ । କିଛି ସହୃଦୟ ବ୍ୟକ୍ତି ସେମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରିଥିଲେ । ଖବରପାଇ ରେମୁଣା ବିଡିଓ, ତହସିଲଦାର, ସ୍ଥାନୀୟ ପୁଲିସ୍ ଫାଣ୍ଡି ଅଧିକାରୀ ଧିରେନ୍ଦ୍ର ମହାନ୍ତି ପ୍ରମୁଖ ରେମୁଣା ଗୋଲେଇ ନିକଟରେ ପହଞ୍ଚିଥିଲେ । ପରେ ଏନେଇ ରାସଗୋବିନ୍ଦପୁର, ବସ୍ତା ବ୍ଲକର ବିଡିଓ, ତହସିଲଦାରଙ୍କ ସହ ଆଲୋଚନା କରିଥିଲେ ।
ରାସାଗୋବିନ୍ଦପୁରରୁ ଏକ ବସ୍ ଆସିବା ପରେ ସେଥିରେ ୫୫ଜଣ ଶ୍ରମିକଙ୍କୁ ପଠାଯାଇଥିଲା । ସେହିଭଳି ବାଲେଶ୍ୱରରୁ ଏକ ଟ୍ରକ୍ରେ ୭୦ଜଣ ଶ୍ରମିକଙ୍କୁ ବସ୍ତା, ଏକ ପିକ୍ଅପ୍ରେ ୮ରୁ ଊଦ୍ଧ୍ୱର୍ ବଙ୍ଗୀୟ ଶ୍ରମିକଙ୍କୁ ଲକ୍ଷ୍ମଣନାଥ ତନଖି ଫାଟକକୁ ପଠାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି, ଶ୍ରମିକଙ୍କୁ ନିରାପଦ ସହ ସମଦୂରତା ରକ୍ଷା କରି ନିଜ ଅଞ୍ଚଳକୁ ପଠାଇବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି । ମାତ୍ର ଏହି ତିନୋଟି ଗାଡ଼ିରେ ବିନା ସମାଜିକ ଦୂରତାରେ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଯାଇଥିଲା । ଟ୍ରକରେ ଆଳୁ ବସ୍ତା ଭଳି ସେମାନଙ୍କୁ ନିଆଯାଇଥିଲା । ଏମିତି ବି ମହିଳା ଶ୍ରମିକ ଏଥିରୁ ବାଦ୍ ପଡ଼ି ନ ଥିଲେ । ଜିଲ୍ଲା ପ୍ରଶାସନ, ପୁଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ଏଭଳି ସବୁ ବେଆଇନ୍ କାମ ହିଁ ହୋଇଥିଲା । ଏ ସଂପର୍କରେ ପ୍ରବାସୀ ଶ୍ରମିକଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଗମନାଗମନ ଦାୟିତ୍ୱରେ ଥିବା ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ରାମଚନ୍ଦ୍ର ଜେନାଙ୍କୁ ଯୋଗାଯୋଗ କରିବା ପରେ ସେ ଏ ସଂପର୍କରେ ଜାଣିନାହାନ୍ତି ବୋଲି ସଫେଇ ଦେଇଛନ୍ତି । ରେମୁଣା ତହସିଲଦାର, ପୁଲିସ, ବିଡିଓଙ୍କ ଉପସ୍ଥିତିରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନର ଦାୟିତ୍ୱରେ ଥିବା ଅଧିକାରୀ ଏ ସଂପର୍କରେ ସୂଚନା କିଭଳି ପାଇଲେ ନାହିଁ, ତାହା ମଧ୍ୟ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons