ସରକାରୀ ସହାୟତା ନ ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ୍-ଆଇଡିଆ

Get real time updates directly on you device, subscribe now.

ମୁମ୍ବାଇ:ଟେଲିକମ୍ କମ୍ପାନିଗୁଡିକର ଅବସ୍ଥା ଏବେ ଶୋଚନୀୟ । ମୁଣ୍ଡ ଉପରେ ବିପୁଳ ଆର୍ଥିକ ବୋଝ । ଫଳରେ ବ୍ୟବସାୟ ପରିଚାଳନା କମ୍ପାନିଗୁଡିକ ପାଇଁ କଷ୍ଟକର ପାଲଟିଛି । ଏଭଳି କ୍ଷେତ୍ରରେ ଭୋଡାଫୋନ୍-ଆଇଡିଆର ଅଧ୍ୟକ୍ଷ କୁମାର ମଙ୍ଗଳମ୍ ବିର୍ଲା କହିଛନ୍ତି ଯେ, ସରକାରୀ ସହାୟତା ନ ମିଳିଲେ ଏହି ଟେଲିକମ୍ କମ୍ପାନିକୁ ବନ୍ଦ କରି ଦିଆଯିବ । ଡୁବି ଯାଉଥିବା ବ୍ୟବସାୟରେ ଆଉ ନିବେଶ କରିବାକୁ ସେ ଚାହୁଁ ନ ଥିବା କହିଛନ୍ତି ।
ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ସମିଟ୍ରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ଯେ, ଯଦି ସରକାରଙ୍କଠାରୁ କୌଣସି ପ୍ରକାର ସାହାର୍ଯ୍ୟ ନ ମିଳୁଛି ତା’ହେଲେ ବାଧ୍ୟ ହୋଇ ଭୋଡାଫୋନ୍-ଆଇଡିଆକୁ ବନ୍ଦ କରିବାକୁ ପଡ଼ିବ । ଏହାକୁ ଦେବାଳିଆ ପ୍ରକ୍ରିୟାକୁ ନିଆଯିବ । ଇତି ମଧ୍ୟରେ ନିଆଯାଇଥିବା ସୁପ୍ରିମ୍ କୋର୍ଟ ନିଷ୍ପତ୍ତି ଅନୁସାରେ ସ୍ପେକ୍ଟ୍ରମ୍ ଦେୟ, ଲାଇସେନ୍ସ ଫି’ ଏବଂ ଏଜିଆର୍ ବକେୟା ବାବଦ କମ୍ପାନିଗୁଡିକୁ ସରକାରଙ୍କୁ ୧.୪୭ ଲକ୍ଷ କୋଟି ଟଙ୍କା ଦେବାକୁ ପଡିବ । ଏଥିମଧ୍ୟରୁ ଏୟାର୍ଟେଲ୍କୁ ପ୍ରାୟ ୬୨ କୋଟି ଟଙ୍କା ଏବଂ ଭୋଡାଫୋନ୍ ଆଇଡିଆକୁ ୫୩ ହଜାର କୋଟି ଟଙ୍କା ପରିଶୋଧ କରିବାକୁ ପଡିବ । ଏହା ମଧ୍ୟରେ ୧୪ ବର୍ଷର ସୁଧ ଏବଂ ଜରିମାନା ରହିଛି । କିଛି ବକେୟା ଅନିଲ ଅମ୍ବାନିଙ୍କ ରିଲାଏନ୍ସ କମୁ୍ୟନିକେଶନ୍ସ(ଆର୍କମ୍) ଉପରେ ବି ଅଛି । ସରକାର କମ୍ପାନିଗୁଡିକୁ ୨ ବର୍ଷର ରିହାତି ଦେଇଛନ୍ତି । କମ୍ପାନିଗୁଡିକୁ ୨ ବର୍ଷ ପର୍ଯ୍ୟନ୍ତ କୌଣସି ଦେୟ ପରିଶୋଧ କରିବାକୁ ପଡିବ ନାହିଁ ।
ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶ ପରେ ଭୋଡାଫୋନ୍ ଆଇଡିଆକୁ ୫୩ ହଜାର କୋଟି ଟଙ୍କା ଦେବାକୁ ପଡିବ । ଏ କ୍ଷେତ୍ରରେ କମ୍ପାନି ସରକାରଙ୍କଠାରୁ ସାହାଯ୍ୟ ଲୋଡୁଛି । ସରକାର ଏଥିରେ କୌଣସି ପ୍ରକାର ରିହାତି ନ ଦେଲେ କମ୍ପାନିର ପରିଚାଳନା କଷ୍ଟକର ହୋଇଯିବ ବୋଲି ବିର୍ଲା କହିଛନ୍ତି । ଚଳିତ ଆର୍ଥିକବର୍ଷର ଜୁଲାଇ ସେପ୍ଟେମ୍ବର ତ୍ରୟମାସରେ କମ୍ପାନିକୁ ପାଖାପାଖି ୫୧ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଟେଲିକମ୍ ଇତିହାସରେ ଏହା ସର୍ବବୃହତ୍ ତ୍ରୟମାସିକ କ୍ଷତି । ଭୋଡାଫୋନ୍ ଆଇଡିଆ ବ୍ୟତୀତ ଏୟାର୍ଟେଲ୍ର ଅବସ୍ଥା ମଧ୍ୟ ଠିକ୍ ନାହିଁ । ଦ୍ୱିତୀୟ ତ୍ରୟମାସରେ ଏହାକୁ ପାଖାପାଖି ୨୩ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଏଯାବତ୍ ଏକ ତ୍ରୟମାସରେ ଏହା କମ୍ପାନିର ସବୁଠୁ ବଡ଼ କ୍ଷତି ।
ତେବେ ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶ କ୍ରମେ କମ୍ପାନିଗୁଡିକ ଶୁଝିବାକୁ ଥିବା ବକେୟା ରାଶିରୁ ସୁଧ ଏବଂ ଜରିମାନା ଛାଡ କରାଯାଉ ବୋଲି ଉଭୟ ଏୟାର୍ଟେଲ ଏବଂ ଭୋଡାଫୋନ୍-ଆଇଡିଆ ଆବେଦନ କରିଛନ୍ତି । ଏହା ସହିତ ଆବେଦନର ସମୀକ୍ଷା କରିବା ପାଇଁ ଏମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସମ୍ପ୍ରତି ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫ଧକୁ ଖସି ଆସିଥିବାବେଳେ ସରକାର ଶିଳ୍ପ ଉଦେ୍ଧଶ୍ୟରେ ଭଲ ନିଷ୍ପତ୍ତି ନେବେ ବୋଲି ବିର୍ଲା ଆଶାବ୍ୟକ୍ତ କରିଛନ୍ତି ।
ଟେଲିକମ୍ ଶିଳ୍ପ ଏକ ପ୍ରମୁଖ କ୍ଷେତ୍ର, ଯାହାକି ବିପୁଳ ମାତ୍ରାରେ ନିଯୁକ୍ତି ସୃଷ୍ଟି କରିଛି । ଦେଶର ମୋଟ ଘରୋଇ ଉପôାଦ(ଜିଡିପି)ରେ ଏହାର ଉଲ୍ଲେଖନୀୟ ଅବଦାନ ରହିଛି । ଡିଜିଟାଲ ଭାରତ ଅଭିଯାନ ସମ୍ପୂର୍ଣ୍ଣ ଭାବେ ଏହି ଶିଳ୍ପ ଉପରେ ନିର୍ଭରଶୀଳ । ତେଣୁ ଶିଳ୍ପର ସମସ୍ୟାକୁ ବୁଝି ସରକାର ଯୁକ୍ତିଯୁକ୍ତ ପଦକ୍ଷେପ ନେବେ ବୋଲି ବିର୍ଲା ଆଶାବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons