ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ : ପଞ୍ଚାୟତ ପ୍ରତିନିଧିଙ୍କ ପ୍ରତିଶୃତି ‘କରୋନାକୁ ଗାଁରେ ପୂରାଇ ଦେବୁନି’

Get real time updates directly on you device, subscribe now.

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ସରପଞ୍ଚଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକଙ୍କୁ କରୋନା ସମ୍ପର୍କରେ ଅବଗତ କରିବା ସହ ଏହାକୁ ରୋକିବା ନେଇ ପଦକ୍ଷେପ ନେବାକୁ ସରପଞ୍ଚ ଶପଥ ପାଠ କରିଛନ୍ତି। କିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ନେବା ସେ ନେଇ ସରପଞ୍ଚମାନେ ଶପଥ ନେଇଛନ୍ତି।
ଏହାସହ ସରପଞ୍ଚମାନେ ପଞ୍ଚାୟତରେ କରୋନା ପଶିବାକୁ ଦେବେ ନାହିଁ ବୋଲି ଆଜି ଶପଥ ନେଇଛନ୍ତି। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଜି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ସୂଚନାଥାଉ କି, ପୂର୍ବରୁ କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons