ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

Get real time updates directly on you device, subscribe now.

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ ବେଗୁନିଆପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ସରପଞ୍ଚ ଅରୁଣ କୁମାର ମାଝୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ୧୦ ଜଣ ୱାର୍ଡ ସଭ୍ୟ ଓ ସଭ୍ୟା।
ଗୁରୁବାର ଛତ୍ରପୁର ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଏନେଇ ଦଶ ଜଣ ଓ୍ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଲିଖିତ ଅନୁରୋଧ ପତ୍ର ଉପ ଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କୁ ଦିଆଯାଇଛି। ସରପଞ୍ଚ ନିଜ ଇଚ୍ଛା ମୁତାବକ ପଞ୍ଚାୟତ ଫଣ୍ଡକୁ ଅପ ବ୍ୟବହାର କରିବା ସହ ପ୍ରିୟା ପ୍ରୀତି ତୋଷଣ ନୀତି ଅବଲମ୍ବନ କରୁଛନ୍ତି। ନିଜ ଲୋକଙ୍କୁ ରାସନ କାର୍ଡ ପ୍ରଦାନ ସହ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।
ଏହାସହ ପଞ୍ଚାୟତର ଯେ କୌଣସି ଉନ୍ନୟନ କାର୍ୟ୍ୟରେ କୌଣସି ଓ୍ବାର୍ଡ ସଭ୍ୟ କିମ୍ବା ସଭ୍ୟାଙ୍କୁ ନ ପଚାରି ମନମୁଖୀ କାର୍ୟ୍ୟ କରିବା, କୋଭିଡ୍ ୧୯ କଟକଣା ସମୟରେ ସରକାରଙ୍କ ନିୟମକୁ ଉଲ୍ଲଂଘନ କରିବା, ପଞ୍ଚାୟତ ଫଣ୍ଡକୁ ଅପ ବ୍ୟବହାର ଭଳି ବହୁ ସଂଗୀନ ଅଭିଯୋଗ ସରପଞ୍ଚଙ୍କ ବିରୋଧରେ ଆସିଛି ।ତେଣୁ ସଭ୍ୟ ଓ ସଭ୍ୟାମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେପଟେ ବେଗୁନିଆପଡା ପଂଚାୟତରେ ମୋଟ ୧୩ ଟି ୱାର୍ଡ ଥିବା ବେଳେ ୧୦ ଜଣଙ୍କର ଅସନ୍ତୋଷ ଅନାସ୍ଥା ପ୍ରସ୍ତାବକୁ ରୋଚକ କରିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons