ସରାଙ୍ଗସ୍ଥିତ ଆଇଜିଆଇଟିରେ ଉତ୍ତେଜନା : ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଇନ୍ଦିରାଗାନ୍ଧି ବୈଷୟିକ ଶିକ୍ଷା ଅନୁଷ୍ଠାନରେ ରବିବାର ତୃତୀୟ ଓ ଶେଷ ବର୍ଷର ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ମାମଲାରେ ସ୍ଥାନୀୟ ପୁଲିସ ପକ୍ଷପାତିତା କରିଥିବା ଅଭିଯୋଗ ଉଠାଇଛନ୍ତି ଶେଷ ବବର୍ଷର ଛାତ୍ର। ଏପରିକି ଉଭୟ ଗୋଷ୍ଠି ପକ୍ଷରୁ ପୃଥକ ପୃଥକ ଭାବେ ପୁଲିସରେ ଅଭିଯୋଗ ହୋଇଥିଲା ।
ଏହି ମାମଲାରେ ସୋମବାର ପୂର୍ବିାହ୍ନରେ ଉଭୟଙ୍କୁ ନେଇ ସରାଙ୍ଗ ପୁଲିସ ଫାଣ୍ଡିରେ ଆପୋଷ ମୁଝାମଣା ହୋଇଥିଲା। ମାତ୍ର ପରଜଙ୍ଗ ପୁଲିସ ଉଦେଶ୍ୟ ମୁଳକ ଭାବେ ଶେଷ ବର୍ଷର ୩ ଜଣ ଛାତ୍ରଙ୍କୁ ପରଜଙ୍ଗ ଥାନାରେ ଅଟକ ରଖିଛି। ଏପରିସ୍ଥଳେ ଶେଷ ବର୍ଷର ଶତାଧିକ ଉତ୍ୟକ୍ତ ଛାତ୍ର ପ୍ରଥମେ କଲେଜ ନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଗଣଧାରଣା ଦେଇଥିଲେ। ତଥାପି ପୁଲିସ ପଦକ୍ଷେପ ନ ନେବାରୁ ଉତ୍ତେଜନା ବଢିବାରେ ଲାଗିଛି। ପରେ ଛାତ୍ରମାନେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇଦେଇଥିବା ଜଣାପଡିଛି। ଏପଟେ ଉତ୍ୟକ୍ତ ଛାତ୍ରମାନେ ଫାଟକ ସମ୍ମୁଖରେ ସମୁହ ଗଣଧାରଣା ଦେଇ ନିରପେକ୍ଷ ତଦନ୍ତ ସାଙ୍ଗକୁ ଅଟକ ଶେଷ ବର୍ଷର ଛାତ୍ରଙ୍କୁ ତୁରନ୍ତ ଛାଡିବାକୁ ଅଡି ବସିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons