
କୋଷାଗୁମୁଡା,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ବିଦୁ୍ୟତ ସର୍ଟ ସର୍କିଟରୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡିଙ୍ଗା ପଞ୍ଚାୟତ ଗୁଡାସାହିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି । ଏଥିରେ ସାହିର କମଳା ବିଶୋୟୀଙ୍କ ଘର ଜଳିଯାଇଛି । ଘରେ ଥିବା ୩ କୁଇଣ୍ଟାଲ ଧାନ, ୫୦ କିଲୋ ଚାଉଳ, ଟିଭି ସେଟ୍, ୨ ଟି ମୋବାଇଲ, ନଗଦ ୩ ହଜାର ଟଙ୍କା, ଆସବାବ, ଲୁଗାପଟା ପୋଡି ପାଉଁଶ ହୋଇଯାଇଛି ।
ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୩ ଟାରେ ଏହି ଦୁର୍ଘଟଣା ଘଟିଛି । ବିଦୁ୍ୟତ ତାରରେ ସର୍ଟସର୍କିଟ ହୋଇ ହଠାତ ଘରଟିରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ସତ୍ତେ୍ୱ ଉକ୍ତ ସମ୍ପତି ପୋଡି ଯାଇଥିଲା । କମଳାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.