ସର୍ବଭାରତୀୟ ନିଟ୍ ପରୀକ୍ଷାରେ ରାଉରକେଲାର ସୋଏବ ଟପ୍ପର

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ସର୍ବଭାରତୀୟ ନିଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମେଡିକାଲ ପ୍ରବେଶିକା ପରୀକ୍ଷାରେ ରାଉରକେଲାର ଛାତ୍ର ସୋଏବ ଅଫ୍ତାବ ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ଗତ ୨ ବର୍ଷ ହେଲା ସେ ରାଜସ୍ଥାନର କୋଟାର ଏକ ଘରୋଇ ଇନ୍ଷ୍ଟିଚୁ୍ୟଟ୍ରେ କୋଚିଂ ନେଉଥିଲେ । ଆଗକୁ ସେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସୋଏବ । ବର୍ତ୍ତମାନ ସୋଏବ, ତାଙ୍କ ବାପା, ମା’ ଓ ସାନ ଭଉଣୀ ଏବେ କୋଟାରେ ଅଛନ୍ତି ।
ରାଉରକେଲାର ଆଜାଦ ବସ୍ତିରେ ରହୁଛନ୍ତି ଶେଖ ମହମ୍ମଦ ଆବାସ । ସେ ହେଉଛନ୍ତି ଜଣେ ସା%ାରଣ ବ୍ୟବସାୟୀ । ତାଙ୍କ ପୁଅ ସୋଏବ ସେକ୍ଟର-୨ ସ୍ଥିତ ଡି’ ସୋଜା ଇଂରାଜୀ ମାଧ୍ୟମରେ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ସେଠାରୁ ଭଲ ନମ୍ବର ରଖି ମାଟ୍ରିକ ପାସ୍ କରିବା ପରେ ସେ କୋଟାର ଏକ ଘରୋଇ ଇନ୍ଷ୍ଟିଚୁ୍ୟଟ୍ରେ ନିଟ୍ ପରୀକ୍ଷା ଲାଗି କୋଚିଂ ନେଉଥିଲେ । ଗତ ଦୁଇ ବର୍ଷ ହେଲା ସୋଏବ କୋଟାରେ ରହୁଥିଲେ । ତାଙ୍କ ସହିତ ମା’ ଓ ସାନ ଭଉଣୀ ମଧ୍ୟରେ ସେଠାରେ ଏକ ଘର ଭଡ଼ା ନେଇ ରହୁଥିଲେ । ଆଜି ନିଟ୍ର ପରୀକ୍ଷା ଫଳ ପ୍ରକାଶ ପାଇଛି । ମେଡିକାଲ ପ୍ରବେଶିକା ପରୀକ୍ଷାରେ ସେ ସର୍ବୋଚ୍ଚ ୭୨୦ରୁ ୭୨୦ ନମ୍ବର ଅର୍ଥାତ୍ ଶତପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ଆଗକୁ ସେ ଜଣେ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏକ ମଧ୍ୟବିତ ପରିବାରର ଏହି ଛାତ୍ର ଜଣକ ରାଜ୍ୟ ପାଇଁ ଆଣି ଦେଇଛନ୍ତି ଗୌରବ । ଶେଖ ମହମ୍ମଦ ଆବାସଙ୍କ ଘର ଦେଖିଲେ ଆଶା କରିବା ବିଫଳ ଯେ, ଏପରି ପରିବେଶରୁ ଦିନେ ବାହାରିବ ଦେଶର ଗର୍ବ । ଚା’ ପତି ସହ ଇଟାବାଲି ବ୍ୟବସାୟ କରି ଆବାସ ଯାହା ରୋଜଗାର କରୁଥିଲେ ପୁଅର ପାଠପଢ଼ା ପାଇଁ ଟଙ୍କା ପଠାଉଥିଲେ । ଗତବର୍ଷ ଏହି ପରୀକ୍ଷାରେ ସେ ବିଫଳ ହୋଇଥିଲେ । ରାଉରକେଲା ଫେରି ଯିବାକୁ ବାପାମା’ ତାଙ୍କୁ କହିଥିଲେ । ହେଲେ ସୋଏବ ରାଜି ହୋଇନଥିଲେ । ବିଫଳ ହୋଇ ଫେରିବାର ନାହିଁ । ଆଉ ଥରେ ଚେଷ୍ଟା କରିବି କହି ସେଠାରେ ସେ ରହିଥିଲେ । ଆଉ ସୋଏବ ଯେଉଁ ଲକ୍ଷ୍ୟ ନେଇ ସେଠାରେ ରହିଥିଲେ ସେଥିରେ ସେ ସଫଳ ହୋଇଛନ୍ତି ।
ପିଲା ବେଳୁ ଶାନ୍ତ ସରଳ ଥିବା ସୋଏବ ପାଠପଢ଼ାରେ କେବେ ଅବହେଳା କରୁ ନଥିଲେ । ପରିବାରରେ ଅଭାବ ଅନଟନ ମଧ୍ୟରେ ରହି ସେ ନିଜ ଆଶା ପୂରଣ କରିବା ଲାଗି କେବେ ବି ପଛାଇ ନଥିଲେ ବୋଲି କହିଛନ୍ତି ତାଙ୍କ ବାପା ଶେଖ ମହମ୍ମଦ ଆବାସ । ଆଜି ତାଙ୍କ ପୁଅ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶରେ ଟପ୍ପର ହୋଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons