ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଆଇପିଏସ୍ ଅଧିକାରୀ

Get real time updates directly on you device, subscribe now.

ଫରିଦାବାଦ : ଫରିଦାବାଦରେ ଜଣେ ଆଇପିଏସ ଅଧିକାରୀ ସରକାରୀ ବାସଭବନରେ ସର୍ଭିସ୍ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ମୃତ ଆଇପିଏସ ଅଧିକାରୀଙ୍କ ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ସୁଇସାଇଡ୍ ନୋଟ୍ ରେ ମୃତ ଆଇପିଏସ ଅଧିକାରୀ ଫରିଦାବାଦ ଥାନାରେ କାର‌୍ୟରତ ଜଣେ ପୋଲିସ ଇନ୍ସପେକ୍ଟର ଅବଦୁଲ ଶହୀଦଙ୍କ ବିରୋଧରେ ବ୍ଲାକମେଲିଂ କରିବା ସହ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଥିବା ଉଲ୍ଲେଖ କରିଛନ୍ତି । ପୋଲିସ ମୃତ ଆଇପିଏସ ଅଧିକାରୀଙ୍କ ପରିବାରଲୋକଙ୍କ ଅଭିଯୋଗ ଆଧାରରେ ଇନ୍ସପେକ୍ଟର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉଥିବା ଭଳି ସଙ୍ଗୀନ ଧାରା ଲଗାଇ ମାମଲା ରୁଜୁ କରିଛି ।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ବିକ୍ରମ କପୁର ତାଙ୍କ ସର୍ଭିସ୍ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି । ଜବତ ହୋଇଥିବା ସୁଇସାଇଡ୍ ନୋଟ୍ ରେ ସେ ଇନ୍ସପେକ୍ଟର ଅବଦୁଲଙ୍କ ସହ ତାଙ୍କର ଜଣେ ସହଯୋଗୀଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି । ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ତାଙ୍କୁ ଇନ୍ସପେକ୍ଟର କେଉଁ କାରଣ ପାଇଁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉ ଥିଲେ ତାହା ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons