ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀର ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଆଜି ସକାଳେ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା । ପ୍ରଶାନ୍ତଙ୍କ ପୁରୀ ଅଫିସ, ଭଡ଼ାଘର, ଢେ଼ଙ୍କାନାଳରେ ଥିବା ଶ୍ୱଶୁର ଘର, ବାଲିଅନ୍ତା ସିସିଲୋରେ ଥିବା ନିଜ ପୈତୃକ ଘର ଓ ଭୁବନେଶ୍ୱରର ମହାଭୋଇ ନଗରରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି । ଭିଜିଲାନ୍ସ ବିଭାଗର ପାଞ୍ଚଟି ଟିମ୍ ଏହି ଚଢ଼ଛରେ ସାମିଲ ହୋଇଛନ୍ତି ।
Comments are closed, but trackbacks and pingbacks are open.