ସହର ଉପକଣ୍ଠରେ ଜଳୁଛି ଜଙ୍ଗଲ

Get real time updates directly on you device, subscribe now.

କୋରୁକୋଣ୍ଡା,(ବି.ବି.ନୁ୍ୟଜ): ମାଲକାନଗିରି ଜିଲ୍ଲା ବାଲିମେଳା ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି । ନିଅାଁକୁ ଆୟତ୍ତ କରାଯାଉଥିବାରୁ ଏହି ନିଆଁ ପାହାଡ଼ ତଳ ବସ୍ତି ଅଞ୍ଚଳକୁ ବ୍ୟାପିଗଲାଣି । ଏ ଦୃଶ୍ୟ ଦେଖିବାକୁ ମିଳିଛି ବାଲିମେଳା ଏନଏସିର ୧୦ ନମ୍ବର ୱାର୍ଡର ମାଣ୍ଡିସାହିର ଉପରବସ୍ତିରେ । ନିକଟସ୍ଥ ଟେକ୍ ଜଙ୍ଗଲରେ ଲାଗିଛି ନିଅାଁ । ନିଅାଁର ପ୍ରକୋପ ଅଧିକ ଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ଲାଗି ବନ କର୍ମଚାରୀଙ୍କ ଦେଖା ମିଳୁନି । ଏ ସମ୍ପର୍କରେ ବସ୍ତିବାସିନ୍ଦା ରେଞ୍ଜର ରାମଚନ୍ଦ୍ର ମାଡକାମୀଙ୍କୁ ଜଣାଇଥିଲେ । ଖବରପାଇ ଫରେଷ୍ଟର ଶିବପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବ୍ଲୋର ସାହାଯ୍ୟରେ ନିଅାଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି । ନିଅାଁ ଦାଉରୁ ଅଳ୍ପକେ ବର୍ତ୍ତିଯାଇଥିବା ମାଣ୍ଡିସାହିବାସିନ୍ଦା ଭୟଭୀତ ହୋଇ ରହିଛନ୍ତି । ଜଙ୍ଗଲି ନିଅାଁ ପ୍ରଭାବରେ ସହର ସାରା ଧୂଅାଁରେ ଭରିଯାଇଛି । ପାହାଡ଼ ତଳି ବସ୍ତିବାସିନ୍ଦାଙ୍କ ସଚେତନତା ଅଭାବରୁ ପ୍ରତି ବର୍ଷ ଏଭଳି ପରିସ୍ଥିତି ଉପୁଜି ଜଙ୍ଗଲ ସଂପଦ ନଷ୍ଟ ହେଉଛି । ଅନ୍ୟପକ୍ଷରେ ବନ କର୍ମଚାରୀଙ୍କ ଅଭାବ ସତ୍ତେ୍ୱ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯାଉଥିବା ବିଭାଗ ସଫେଇ ଦେଇଛି । ବନ ବିଭାଗର ଅବହେଳା ଓ ଲୋକଙ୍କ ସଚେତନତା ଅଭାବରୁ ଜଙ୍ଗଲ ସଂପଦ ପାଉଁଶରେ ପରିଣତ ହେବାର ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବନ ବିଭାଗ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons