ସହର ଭିତରେ ଏନଏଚ୍ ସମସ୍ୟା ବଢ଼ାଉଛି :ବାଇପାସ୍ ରାସ୍ତା ନିର୍ମାଣ ଦାବି

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ): ଫୁଲବାଣୀ ସହର ମଧ୍ୟ ଦେଇ ଯାଇଛି ୧୫୭ ନଂ ଜାତୀୟ ରାଜପଥର ପ୍ରାୟ ୧୦ କିମି ରାସ୍ତା । ପୌର ପରିଷଦର ଜନଗହଳି ପୂର୍ଣ୍ଣ ୬, ୭, ୮, ୯, ୧୦ ଓ ୧୧ ନଂ ୱାଡର଼୍ ଦେଇ ଏହି ଜାତୀୟ ରାଜପଥ ଯାଇଥିବା ଯୋଗୁ ସାଧାରଣ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏଥିସହ ତିଲକପଡ଼ା ଠାରୁ ଆଇଟିଆଇ ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ପ୍ରାୟ ୨୦ରୁ ଊଦ୍ଧ୍ୱର୍ ଶିକ୍ଷାନୁÂାନ ରହିଛି । ଏହି ରାସ୍ତାରେ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି । ଏହା ଏକ ଜାତୀୟ ରାଜପଥ ହୋଇଥିବାରୁ ସବୁବେଳେ ଏହି ରାସ୍ତା ଦେଇ ଅନେକ ଭାରୀଯାନ ଯାତାୟତ କରୁଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ସବୁବେଳେ ଭୟ ସୃଷ୍ଟି ହେଉଛି । ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ଜୀବନ ଯାଇଥିବା ନଜୀର ରହିଛି । ଏହି ରାସ୍ତା କଡ଼ରେ ଏବେ ସରକାରୀ ମେଡିକାଲ୍ କଲେଜ ମଧ୍ୟ ନିର୍ମାଣ ଚାଲିଛି । ଆଗାମୀ ଦିନରେ ଗୋପାଳପୁର ବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଅଧିକ ସଂଖ୍ୟାରେ ଭାରିଯାନ ଏହି ରାସ୍ତାଦେଇ ଯାତାୟତ କରିବାର ସମ୍ଭାବନା ରହିଛି । ପୂର୍ବରୁ ଫୁଲବାଣୀ ସହରବାସୀଙ୍କ ପାଇଁ ସର୍କୁଲାର ରୋଡ୍ ଭାବେ ପରିଚିତ ଥିବା ଉକ୍ତ ରାସ୍ତା ବର୍ତ୍ତମାନ ଜାତୀୟ ରାଜପଥ ହେବାପରେ ଅଞ୍ଚଳବାସୀ ନାନା ସମସ୍ୟାରୁ ସମ୍ମୁଖିନ ହେଉଛନ୍ତି । ତେଣୁ ୨୦୧୭ ମସିହାରେ କନ୍ଧମାଳ ଜାଗରଣ ମଞ୍ଚ ପକ୍ଷରୁ ଏକ ବାଇପାସ୍ ରାସ୍ତା ପାଇଁ ଦାବି କରାଯାଇଥିଲା । ସେହିଭଳି ୨୦୧୮ରେ ମଧ୍ୟ ଏ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେଣୁ ସୋମବାର ପୁଣି ଏହିସବୁ ୱାର୍ଡର ପ୍ରମୁଖ ବ୍ୟକ୍ତି ବିଶେଷ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଜିଲ୍ଲା ପ୍ରଶସାନକୁ ପ୍ରଦାନ କରିଛନ୍ତି । ୱାଡର଼୍ବାସୀ ପରେଶ ମହାପାତ୍ର, ଠାକୁର ନାୟକ, କେ.ଶଙ୍କର ପାତ୍ର, ଭଗବାନ ବେହେରା, ମନୋରଞ୍ଜନ ବେହେରା, ଦାରୁଣ ବେହେରା, ପ୍ରଫୁଲ ନାୟକ, ଅଶୋକ କୁମାର ପାଳ, ବୀପିନ ବିହାରୀ ସାହୁ, ଧୁଳିଆ ନାୟକ ପ୍ରମୁଖଙ୍କ ସମେତ ଅନ୍ୟମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons