ସହିଦ୍ ଦେବାଶିଷଙ୍କୁ ଝୁରୁଛି ଜନ୍ମମାଟି

Get real time updates directly on you device, subscribe now.

ରାଜକିଶୋରନଗର,(ବି.ବି.ନୁ୍ୟଜ୍): କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ଗୁଳିରେ ସହିଦ୍ ଦେବାଶିଷ ସେଠୀ (୨୭)ଙ୍କୁ ଝୁରୁଛି ତାଙ୍କର ଜନ୍ମମାଟି । ତାଙ୍କ ଅକାଳ ବିୟୋଗରେ ଶୋକରେ ବୁଡ଼ିଛି ଅଙ୍ଗପଡ଼ା ଗାଁ । ପୁତ୍ରକୁ ହରାଇ ବୁକୁ ଫଟାଇ କାନ୍ଦୁଛି ଜନ୍ମଦାତ୍ରୀ ମା’ । ଗତକାଲି କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ସହିଦ୍ ଏସ୍ଓଜି ଯବାନ୍ ଦେବାଶିଷଙ୍କୁ ନେଇ କେବଳ ଅଙ୍ଗପଡ଼ା କାହିଁକି, ସମଗ୍ର କିଶୋରନଗର ବ୍ଲକ୍ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ବିଧାୟକ ରମେଶଙ୍କ ସାଏଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
ମାତୃଭୂମିର ସୁରକ୍ଷା ପାଇଁ ମାତ୍ର ୧୯ ବର୍ଷ ବୟସରେ ସ୍ପେଶାଲ ଅପରେଶନ ଗ୍ରୁପ୍ (ଏସ୍ଓଜି) କମାଣ୍ଡୋ ଭାବରେ ଯୋଗଦାନ କରିଥିଲେ ଦେବାଶିଷ । ଅଙ୍ଗପଡ଼ା ଗ୍ରାମର ସନାତନ ସେଠୀ ଓ ଛାୟାରାଣୀ ସେଠୀଙ୍କ ଚାରି ପୁଅଝିଅଙ୍କ ମଧ୍ୟରେ ଜ୍ୟେÂ ଥିଲେ ଦେବାଶିଷ । ତିନି ଭାଇରେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ସେପ୍ଟେମ୍ବର ୯ ତାରିଖରେ ମାଓବାଦୀଙ୍କ ମୁକାବିଲା ନିମନ୍ତେ କମ୍ବିଂ ଅପରେଶନରେ ସାମିଲ୍ ଥିଲେ । ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଦେବାଶିଷ ସହିଦ୍ ହୋଇଯାଇଥଇଲେ । ଆଠମଲ୍ଲିକ ଉପଖଣ୍ଡର ଦ୍ୱିତୀୟ ସହିଦ୍ ଭାବରେ ଦେବାଶିଷ ମାତୃଭୂମି ପାଇଁ ଗୌରବ ଆଣି ଦେଇଛନ୍ତି । ତାଙ୍କର ବଳିଦାନ ପାଇଁ ଏ ମାଟି ତାଙ୍କୁ ସବୁଦିନ ମନେରଖିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତାଙ୍କ ମରଶରୀର ଗାଁ’ରେ ପହଞ୍ଚି ନଥିବା ଜଣାଯାଇଛି । ସ୍ଥାନୀୟ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ଅଙ୍ଗପଡ଼ାରେ ଅପେକ୍ଷାରତ ଥିବା ବେଳେ ଆସନ୍ତାକାଲି ସକାଳେ ତାଙ୍କୁ ତୋପ ସଲାମୀ ଦିଆଯିବାର ଯୋଜନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons