ସହିଦ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ଦେବ ଅନୁକମ୍ପା ରାଶି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କୋଭିଡ ବିରୋଧରେ ଚାଲିଥିବା ଲଢେ଼ଇରେ କୋଭିଡ ଯୋଦ୍ଧାମାନେ ନିÂାର ସହ କାମ କରୁଛନ୍ତି । ଏ ଯୁଦ୍ଧରେ ସହିଦ ହୋଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅନୁକମ୍ପା ରାଶି ଯୋଗାଇ ଦେବେ । ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟରେ କୋଭିଡ ପରିଚାଳନା ନେଇ ବୁଧବାର ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ ନେଇଥିଲେ । ସହିଦ ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଯୋଗାଇଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ଅନୁସାରେ ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇ ସହିଦ ହୋଇଥିବା ୬୦ ଜଣ ଯୋଦ୍ଧାଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇଥିଲେ । କେନ୍ଦ୍ର ସରକାର ମାତ୍ର ଜଣେ ସହିଦଙ୍କୁ ସହାୟତା ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି । ଏ ସଂପର୍କରେ ରାଜ୍ୟ ସରକାର ପୁଣିଥରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ବୈଠକରେ ନବୀନ କହିଲେ, ରାଜ୍ୟରେ ଏବେ କୋଭିଡ ପ୍ରୋଟୋକଲକୁ ଅଧିକ କଡ଼ାକଡ଼ି କରାଯାଉଛି । ତେଣୁ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କର ସ୍ୱାସ୍ଥ୍ୟର ଗୁଣାତ୍ମକ ଉନ୍ନତି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ରାଜ୍ୟରେ ଏବେ ୭୮ ପ୍ରତିଶତ ଲୋକ ଘରେ ଆଇସୋଲେସନରେ ଅଛନ୍ତି । ତେଣୁ ଘରେ ଆଇସୋଲେସନରେ ଥିବା ରୋଗୀ ଓ କୋଭିଡ ହସପିଟାଲରେ ଥିବା ରୋଗୀମାନଙ୍କ ସହ ବରିÂ ଅଧିକାରୀମାନେ ସିଧାସଳଖ ଯୋଗାଯୋଗ କରି ଭଲମନ୍ଦ ବୁଝିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ଆଣ୍ଟି ଭାଇରାଲ ଔଷଧ ସଂପର୍କରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଜାତୀୟ ଆରୋଗ୍ୟ ହାର ୮୫ ପ୍ରତିଶତ ଥିଲା ବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯ ପ୍ରତିଶତରେ ପହଞ୍ଚିଛି । ରାଜ୍ୟରେ ଗତ ୮ ମାସ ଭିତରେ ୩୬ ଲକ୍ଷ ଟେଷ୍ଟ କରାଯାଇଥିଲା ବେଳେ ସେଥିରୁ ୬.୭୫ ପ୍ରତିଶତ କେସ୍ ବାହାରିଛି । ଆଗକୁ ପୂଜା ଋତୁ ଆସୁଥିବାରୁ ଅଧିକ ସତର୍କ ରହିବା ସହ କୋଭିଡ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ନିୟମାବଳୀ ଓ ଔଷଧ ସେବନ ସଂପର୍କରେ ନିୟମିତ ସଚେତନତା ଅଭିଯାନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପୁଲିସ୍ କର୍ମଚାରୀମାନେ ଅଧିକ ସଂଖ୍ୟାରେ ପ୍ଲାଜମା ଦାନ କରିବାକୁ ଆଗେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।
‘ମୋ ସରକାର’ରେ ଲୋକମାନଙ୍କ ଠାରୁ ନିଆଯାଇଥିବା ଫିଡବ୍ୟାକ୍ ଅନୁଯାୟୀ ଟେଷ୍ଟିଂ, ଟେଷ୍ଟିଂ ରିପୋର୍ଟ, ରୋଗୀଙ୍କୁ ସୂଚନା ଏବଂ ସେମାନଙ୍କୁ ଚିକିତ୍ସା ଯୋଗାଇଦେବା ବ୍ୟବସ୍ଥାକୁ ଆହୁରି ଦକ୍ଷତାର ସହ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ରାଜ୍ୟରେ କୋଭିଡ ପରିଚାଳନା ନେଇ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଘରେ ଆଇସୋଲେସନରେ ଥିବା ରୋଗୀମାନଙ୍କର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ । କଟକ, ପୁରୀ ଓ ଭୁବନେଶ୍ୱରରେ ୧ ଲକ୍ଷ ଆଣ୍ଟି ଭାଇରାଲ ମେଡିସିନ୍ ଦିଆଯାଇଛି । ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହା ରୋଗୀମାନଙ୍କୁ ଦିଆଯିବ ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଲେ, ରାଜ୍ୟରେ ମୃତୁ୍ୟହାର ୦.୪ ପ୍ରତିଶତ ରହିଛି । ଏହା ଭାରତର ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ସୂଚକାଙ୍କ । ସେହିପରି ସୁସ୍ଥତା ହାରରେ ଓଡ଼ିଶା ଦେଶରେ ଷÂ ସ୍ଥାନରେ ଅଛି । ରାଜ୍ୟରେ ହସପିଟାଲ ଶଯ୍ୟା ଓ ଆଇସିୟୁ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ପରିମାଣରେ ଅଛି । କଟକ-ଭୁବନେଶ୍ୱର ପାଇଁ ଅଧିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ପୁଲିସ ଡିଜି ଶ୍ରୀ ଅଭୟ କହିଲେ ପୁଲିସ କର୍ମଚାରୀମାନେ ବହୁ ସଂଖ୍ୟାରେ ପ୍ଲାଜମା ଦାନ କରୁଛନ୍ତି । ପୁଲିସଙ୍କ ମଧ୍ରରେ ସଂକ୍ରମଣ ମଧ୍ୟ କମୁଛି । ସୂଚନା ଓ ଲୋକ ସଂପର୍କ ସଚିବ ସଂଜୟ ସିଂହ କହିଲେ, ହୋମ ଆଇସୋଲେସନ ଏବଂ ଆଣ୍ଟି ଭାଇରାଲ ଔଷଧ ପାଇଁ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ବୈଠକରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons