ସାଂସଦ ପାଣ୍ଠି ରାଜ୍ୟକୁ ମିଳୁ, ପ୍ରଧାନମନ୍ତ୍ରୀଙ୍କ ପାଖରେ ବିଜେଡି ରଖିଲା ପ୍ରସ୍ତାବ

Get real time updates directly on you device, subscribe now.

ଭୁବନେଶ୍ୱର: ବିଶ୍ୱ ମହାମାରୀ ‘କରୋନା’ର ସଂକ୍ରମଣ ରୋକିବା ପାଇଁ ଏବେ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବା ଏହି ଅଭାବନୀୟ ସ୍ଥିତିର ମୁକାବିଲା ପାଇଁ ବିଜେଡି ସମେତ ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଚାରବିମର୍ଶ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ସର୍ବଦଳୀୟ ବୈଠକରେ ୨ବର୍ଷର ସାଂସଦ ପାଣ୍ଠି ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଦେବା ନିମନ୍ତେ ବିଜେଡି ଦାବି ଉପସ୍ଥାପନ କରିଛି।ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ମୁଖ୍ୟତଃ ୩ଟି ଦାବି ଉପସ୍ଥାପନ କରିଥିବା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଲମ୍ବିତ କରାଯାଇଥିବା ଦୁଇବର୍ଷର ସାଂସଦ ପାଣ୍ଠି ବାବଦ ଅର୍ଥ ସମ୍ପୃକ୍ତ ରାଜ୍ୟକୁ ଦିଆଯାଉ ବୋଲି ବିଜେଡି ଦାବି କରିଛି। ଏହାସହିତ ରାଜ୍ୟର କେନ୍ଦ୍ରୀୟ ଅନୁଦାନ ପରିମାଣକୁ ବୃଦ୍ଧି କରାଯିବା ସହ ତୁରନ୍ତ ରାଜ୍ୟଗୁଡ଼ିକୁ ପ୍ରଦାନ, ସ୍ଥାନୀୟ ଅଞ୍ଚଳରେ କରୋନା ସ୍ଥିତି ଦେଖି ଲକଡାଉନ୍ ପ୍ରସଙ୍ଗରେ ନିଷ୍ପତ୍ତି ନେବା କ୍ଷମତା ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଉ ବୋଲି ବିଜେଡି ପ୍ରସ୍ତାବ ଦେଇଛି।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ, ଆଲୋଚନାବେଳେ ପ୍ରଧାନମନ୍ତ୍ରୀ କରୋନା ଉପରେ ଅନେକ କଥା କହିଛନ୍ତି। କରୋନା ପୂର୍ବରୁ ଓ କରୋନା ପରେ ଜୀବନ ସମାନ ରହିବ ନାହିଁ। ଅନେକ ସାମାଜିକ ଓ ବ୍ୟକ୍ତିଗତ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଏପ୍ରିଲ ୧୪ରୁ ଏକାଥରକେ ସମଗ୍ର ଦେଶରୁ ଲକଡାଉନ୍ ଉଠିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବୈଠକରେ ସ୍ପଷ୍ଟ କରିଛନ୍ତି। ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବାପରେ ଭାରତ ସରକାର ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍ ଗତ ଦୁଇଦିନ ତଳେ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷର ସାଂସଦ ପାଣ୍ଠିକୁ ନିଲମ୍ବିତ କରିଛନ୍ତି। ସାଂସଦମାନେ ପ୍ରତିବର୍ଷ ୫କୋଟି ଟଙ୍କାର ପାଣ୍ଠି ପାଇଥାନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons