ସାଂସଦ ପ୍ରତିନିଧିଙ୍କ ବିରୋଧରେ ଏତଲା

Get real time updates directly on you device, subscribe now.

ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନବରଙ୍ଗପୁର ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପାଢିଙ୍କ ବିରୋଧରେ ମଙ୍ଗଳବାର ଏଠାରେ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଦଳ ଶ୍ରୀ ପାଢିଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ତୁରନ୍ତ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛି । ପାପଡାହାଣ୍ଡି ଥାନା ଅଧିକାରୀ ଶୁଭେନ୍ଦୁ ଶବରଙ୍କୁ ଏତଲା ଦିଆଯାଇଛି । ପାପଡାହାଣ୍ଡି ବ୍ଲକ ସଭାପତି ଶ୍ରୀକାନ୍ତ ମିଶ୍ର, ଈଶ୍ୱର ମିର୍ଗାନ, କାଉସର, ରବୀନ୍ଦ୍ର ପ୍ରଧାନ, ଭାସ୍କର ବିଶୋୟୀ, ତୁଳସା ଭତରା, ଆଶିଷ ମୋହନ ଶର୍ମା, ଜି ଅନନ୍ତମୂର୍ତ୍ତି ପ୍ରମୁଖ ଶ୍ରୀ ପାଢିଙ୍କ ଗିରଫ ଦାବି କରିଛନ୍ତି । ସୂଚନାଯୋଗ୍ୟ, ବିଜେଡିର ଏକ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀ ପାଢି ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ମହାତ୍ମାଗାନ୍ଧିଙ୍କଠାରୁ ମହାନ ବୋଲି କହିଥିଲେ । ଗାନ୍ଧିଙ୍କ ଚରିତ୍ର ସଂହାର କରିଥିଲେ । ଏହାକୁ ନେଇ ଗାନ୍ଧିପ୍ରେମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons