ସାଇକେଲ୍ରେ ଯାଉଥିଲେ ୧୬ ଶ୍ରମିକ, ଅଟକାଇଲା ପୋଲିସ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ବଲାଙ୍ଗିରରୁ ପଶ୍ଚିମବଙ୍ଗ ମୁର୍ଶିଦାବାଦକୁ ସାଇକେଳରେ ଯାଉଥିବା ୧୬ ଜଣ ଶ୍ରମିକଙ୍କୁ ପୋଲିସ ରାଉରକେଲାରେ ଅଟକାଇ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ଲକ୍ଡାଉନ୍ ଯୋଗୁ ଏହି ଶ୍ରମିକମାନେ ବଲାଙ୍ଗିରରେ ଫସି ରହିଥିଲେ । ପୁଣି ଥରେ ଲକ୍ଡାଉନ୍ ଅବଧି ବଢ଼ିବା ପରେ ଶ୍ରମିକମାନେ ନିଜ ଘରକୁ ଯିବାକୁ ଯୋଜନା କରିଥିଲେ । ତେଣୁ ସେମାନେ ମେ ‘୫ ତାରିଖରେ ବଲାଙ୍ଗିରରୁ ସାଇକେଲରେ ବାହାରିଥିଲେ । ସେମାନେ ରାଉରକେଲା, ବିଶ୍ରା ଓ ଝାଡ଼ଖଣ୍ଡ ଦେଇ ମୁର୍ର୍ଶିଦାବାଦ ଯାଇଥାନ୍ତେ । ହେଲେ ପୋଲିସ ଗୁରୁବାର ରାତିରେ ସେମାନଙ୍କୁ ରାଉରକେଲା ସହରର ମଙ୍ଗଳ ଭବନ ନିକଟରେ ଅଟକାଇ ଥିଲା । ଏହାପରେ ସେମାନଙ୍କୁ ମହାନଗର ନିଗମକୁ ହସ୍ତାନ୍ତର କରାଯାଇଥିଲା । ଏବେ ଏହି ଶ୍ରମିକମାନଙ୍କୁ ଆରଏମ୍ସି କର୍ତ୍ତୃପକ୍ଷ ଉଦିତ ନଗର ଆଶ୍ରୟ କେନ୍ଦ୍ରରେ ରଖିଛନ୍ତି । ସୂଚନାଯୋଗ୍ୟ, ଲକ୍ଡାଉନ୍ ଯୋଗୁ ପ୍ରବାସୀ ଶ୍ରମିକମାନେ ହଇରାଣ ହେଉଛନ୍ତି । ସେମାନେ କାମ କରୁଥିବା କମ୍ପାନୀ ଗୁଡିକ ବନ୍ଦ ହୋଇଯାଇଛି । ଫଳରେ ଅର୍ଥାଭାବ ସହିତ ଖାଇବା ପିଇବାରେ ଅସୁବିଧା ହେଉଛି । ତେଣୁ ସେମାନେ ନିଜ ନିଜ ଗାଁକୁ ଚାଲି ଯାଉଛନ୍ତି । କେହି କେହି ଚାଲି ଚାଲି ଯାଉଥିବା ବେଳେ ଆଉ କେହି ସାଇକେଲରେ ଯାଉଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons