ସୋନପୁର,(ବି.ବି.ନୁ୍ୟଜ୍): ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ଗ୍ୟାଙ୍ଗକୁ କାବୁ କରିଛି ସୋନପୁର ପୁଲିସ । ରାଜ୍ୟବାହାରକୁ ଚୋରାଚାଲାର ଚାଲିଥିବାବେଳେ ଟ୍ରକ୍ ସହ ସାଢେ଼ ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ । ଏହାସହ ଦୁଇଜଣ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ମଧ୍ୟପ୍ରଦେଶର ରେୱା ଜିଲ୍ଲା ମୌଗଞ୍ଜ ଗାଁର ଶିବରାମ କେବାଡ଼(୩୨) ଏବଂ କୋଢ଼ି ଗାଁର ମୋହନ ଲାଲ କେବାଡ଼(୪୦) ବୋଲି ଚିହ୍ନଟ କରାଯାଇଛି । ଏ ନେଇ ସୋନପୁର ଏସ୍ପି ଦେବୀପ୍ରସାଦ ଦାଶ ଆଜି ସୂଚନା ଦେଇଛନ୍ତି ।
ଏସ୍ପିଙ୍କ ସୂଚନାମତେ, ପଡେ଼ାଶୀ ବୌଦ୍ଧ ଜିଲ୍ଲା ଶଗଡ଼ାରୁ ବିପୁଳ ପରିମାଣର ଗଞ୍ଜେଇ ସୋନପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ପୁଲିସ ଖବର ପାଇଥିଲା । ଏହାପରେ ସୋନପୁର ପୁଲିସ ପକ୍ଷରୁ ଏସ୍ପି ଶ୍ରୀଯୁକ୍ତ ଦାଶଙ୍କ ନିଦେ୍ର୍ଧଶକ୍ରମେ ମନମୁଣ୍ଡାରୁ ସୋନପୁର ଏବଂ ସୋନପୁରରୁ ବଲାଙ୍ଗୀର ଦେଇ ଯାଇଥିବା ଏନ୍ଏଚ୍ରେ ତୀକ୍ଷ୍ମ ନଜର ରଖାଯାଇଥିଲା । ଆଜି ସକାଳୁ ପ୍ରାୟ ୮ଟାରେ ସୋନପୁରରୁ ବଲାଙ୍ଗୀର ରାଜପଥରେ ଏକ ଟ୍ରକ୍ (ଏପି ୨୪ ଟିବି-୦୦୫୪) ଦ୍ରୁତ ଗତିରେ ଯାଉଥିବାରୁ ପୁଲିସ ସନେ୍ଦହ କରି ଉକ୍ତ ଟ୍ରକ୍କୁ ହରୋଡଖୋଲ ପାଣ୍ଡି ନିକଟରେ ଅଟକାଯାଇଥିଲା । ଯାଞ୍ଜ ପରେ ଟ୍ରକ୍ର ଟ୍ରଲି ତଳେ ଏକ ସ୍ୱତନ୍ତ୍ର ଚ୍ୟାମ୍ବର ନିର୍ମାଣ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ରଖାଯାଇଥିବା ଠାବ କରାଯାଇଥିଲା । ପରେ ଘଟଣାସ୍ଥଳକୁ ଏସ୍ପି ଦେବୀପ୍ରସାଦ ଦାଶ, ଏସଡିପିଓ ମିହିର ପଣ୍ଡା ଏବଂ ଆଇଆଇସି ଲୋକେଶ ସାହୁ ପ୍ରମୁଖ ପହଞ୍ଚିା ଗାଡି ଡ୍ରାଇଭର ଏବଂ ହେଲପରଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିଥିଲେ । ଏହାପରେ ପୁଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଥିଲା । ଉକ୍ତ ଗଞ୍ଜେଇକୁ ମାଜିଷ୍ଟେ୍ରଟ୍ ରାକେଶ ଅଗ୍ରୱାଲଙ୍କ ଉପସ୍ଥିତିର ସେଠାରୁ କଢ଼ାଇଯାଇ ଓଜନ କରାଯାଇଥିଲା । ଗଞ୍ଜେଇର ପରିମାଣ ୪ କ୍ୱିଣ୍ଟାଲ ୪୧ କେଜି ଥିବା ବେଳେ ତାର ଅନୁମାନିକ ମୂଲ୍ୟ ପ୍ରାୟ ସାଢେ ୬କୋଟି ହେବ ବୋଲି ଏସ୍ପି ଶ୍ରୀଯୁକ୍ତ ଦାଶ ସୂଚନା ଦେଇଛନ୍ତି । ଏହାପରେ ଟ୍ରକ୍ ଡ୍ରାଇଭର ଏବଂ ହେଲ୍ପରଙ୍କ ବିରୋଧରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.