ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ: ଫାଶିରେ ଝୁଲିଲେ ଚାରି ଦୋଷୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ। ଶେଷରେ ଫାଶିଖୁଣ୍ଟରେ ଝୁଲିଲେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଚାରି ଦୋଷୀ। ଏହି ଚାରି ଦୋଷୀ ହେଲେ- ଅକ୍ଷୟ ଠାକୁର, ବିନୟ ଶର୍ମା, ମୁକେଶ ସିଂ ଓ ପୱନ ତିୱାରୀ।
ନିର୍ଦ୍ଧାରିତ ସମୟ ଆଜି ସକାଳ ସାଢ଼େ ପାଞ୍ଚଟାରେ ଏହି ଚାରି ଦୋଷୀଙ୍କୁ ଫାଶି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏହି ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଛି।
ଅଧା ଘଣ୍ଟା ଯାଏ ଏହି ଦୋଷୀମାନଙ୍କୁ ଫାଶିଖୁଣ୍ଟରେ ଝୁଲାଯିବା ପରେ ଡାକ୍ତରଙ୍କ ଯାଞ୍ଚ ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।
ଆଜି ସକାଳ ଠିକ୍ ସାଢ଼େ ୫ଟା ବେଳେ ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କୁ ତିହାର ଜେଲ୍‌ର ଫାଶୀ ଦିଆଯାଇଥିଲା। ଏହା ପୂର୍ବରୁ ଭୋର ୪ଟାରୁ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଫାଶୀର ଘଣ୍ଟାଏ ପୂର୍ବରୁ ଦୋଷୀମାନଙ୍କୁ ଗାଧୋଇବାକୁ କୁହାଯାଇଥିଲା। ତା’ସହିତ ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ତେବେ ସେମାନେ ପ୍ରାର୍ଥନା କରିବାକୁ ମନା କରି ଦେଇଥିବା ସୂଚନା ମିଳିଥିଲା। ଏସବୁ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କୁ କଳା ପୋଷାକ ପିନ୍ଧାଇ ଦିଆଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ଫାଶୀ ଗୃହକୁ ନିଆଯାଇଥିଲା। ମାଜିଷ୍ଟ୍ରେଟ୍ ଓ ଜେଲ୍ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯାଇଥିଲା। ତା’ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଆଉ ଠିକ୍ ସାଢ଼େ ୫ଟାରେ ଫାଶି ଦିଆଯାଇଥିଲା.
୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଚଳନ୍ତା ବସ୍ ଭିତରେ ଗଣଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାକୁ ନେଇ ସେତେବେଳେ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। କିଛିଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ନିର୍ଭୟାଙ୍କର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons