ବଲାଙ୍ଗିର: ଗତ ୧୫ ତାରିଖରୁ ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ୨ ଭଉଣୀଙ୍କ ମଧ୍ୟରୁ ଆଜି ପ୍ରଥମେ ସାନ ଭଉଣୀ ଓ ପରେ ବଡ଼ ଭଉଣୀର ମୃତଦେହ ଉଦ୍ଧାର ହୋଇଛି। ସୋନପୁର ଜିଲ୍ଲାର ବଡ଼କେନ୍ଦା ନଦୀ କୂଳରୁ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବଡ଼ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ ବୌଦ୍ଧ ଜିଲ୍ଲାରୁ ଠାବ ହୋଇଛି। ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଅନମୋଲଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ, ଗତ ୧୫ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଓଡ୍ରାଫ ଟିମ୍ ଓ ସ୍କୁବା ଡାଇଭର ପ୍ରମୁଖ ଖୋଜାଖୋଜି ଆରମ୍ଭ କରିଥିଲେ। ତେବେ ୨ ଦିନ ହେବ ନିଖୋଜ ଭଉଣୀଙ୍କ ମୃତଦେହ ଭାସମାନ ଅବସ୍ଥାରେ ସୋନପୁର ଓ ବୌଦ୍ଧ ଜିଲ୍ଲାରୁ ଉଦ୍ଧାର ହୋଇଛି।
Comments are closed, but trackbacks and pingbacks are open.