ଚନ୍ଦାହାଣ୍ଡି: ସାପ କାମୁଡ଼ାରେ ଦୁଇ ଜଣ ଗୁରୁତର । ଗୁରୁତର ଦୁଇ ବ୍ୟକ୍ତି ହେଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଫଟକୀ ଗାଁର ପଦୁଲୋଚନ ମାଝି (୫୨) ଓ ସାଲେବିଡି ଗାଁର ଗଙ୍ଗାଧର କଟା(୪୫) । ପଦୁଲୋଚନ ବିଲରେ କାମ କରିବାବେଳେ ବିଷଧର ନାଗସାପ ତାଙ୍କ ଗୋଡ଼କୁ ଦଂଶନ କରିଥିଲା । ଏହାପରେ ପଦୁ ଅଚେତ ହୋଇ ପଡ଼ିଥିଲେ । ସେହିପରି ଗଙ୍ଗାଧର ବିଲଆଡେ଼ ଯାଇଥିବା ବେଳେ ସେ ସାପ କାମୁଡ଼ାର ଶିକାର ହୋଇଥିଲେ । ଉଭୟ ପଦୁଲୋଚନ ଓ ଗଙ୍ଗାଧରଙ୍କୁ ପରିବାର ଲୋକେ ତୁରନ୍ତ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଡାକ୍ତର ସଂଗ୍ରାମ କେଶରୀ ସାହୁ କହିଛନ୍ତି ।
ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ
Comments are closed, but trackbacks and pingbacks are open.