ସୁନ୍ଦରଗଡ଼,(ବି.ବି.ନ୍ୟୁଜ୍): ସଦର ଥାନା ଅନ୍ତର୍ଗତ ସୁବଳୟା ପଞ୍ଚାୟତର ନବରଙ୍ଗପୁର ଗ୍ରାମରେ ଗତକାଲି ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଭାଇ ଭାଉଣୀଙ୍କ ମୃତ୍ୟୁ ଘଟିଛି । ନବରଙ୍ଗପୁର ଗ୍ରାମର ପ୍ରଦୀପ ଡନସନା ତାଙ୍କ ପରିବାର ସହ ଖାଇ ସାରି ଶୋଇଥିଲେ । ସକାଳେ ଝିଅ ବର୍ଷା ଡନସନା (୧୩) ଉଠି ମୋତେ ଭଲ ଲାଗୁନି କହିବାରୁ ତାଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇ ଥିଲା । ସେଠାରେ ଅବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ପହଞ୍ଚିବା ପୂର୍ବରୁ ବାଟରେ ଝିଅ ବର୍ଷା ଆଖିବୁଜି ଦେଇଥିବାରୁ ତାଙ୍କୁ ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାକୁ ଫେରାଇ ଅଣାଯାଇ ଥିଲା ।ଏପଟେ ସାନ ପୁଅ ଅଭିନାଶ ଡନସନା (୮) ଭଲ ଲାଗୁନି ତଣ୍ଟିରେ ବଥା ହେଉଛି କହିବାରୁ ତାକୁ ମଧ୍ୟ ସୁନ୍ଦରଗଡ଼ ଡାକ୍ତଖାନାକୁ ଚିକିତ୍ସା ଲାଗି ଅଣାଯାଇଥିଲା । ଡାକ୍ତର ଅଭିନାଶକୁ ଦେଖି ବୁର୍ଲାକୁ ରେଫର କରିଥିଲେ । ପରିବାର ଲୋକେ ବୁର୍ଲାକୁ ନନେଇ ଆଇଜିଏଚକୁ ଚିକିତ୍ସା ପାଇଁ ନେଉଥିବା ସମୟରେ ବାଟରେ ତାର ମୃତ୍ୟୁ ଘଟିଥିଲା ।
Comments are closed, but trackbacks and pingbacks are open.