ସାପ ସହ ଲଢ଼ି ୩ ଜୀବନ ବଞ୍ଚାଇଲା କୁକୁର

Get real time updates directly on you device, subscribe now.

ଅସ୍ତରଙ୍ଗ,(ବି.ବି.ନୁ୍ୟଜ୍) : ଅସ୍ତରଙ୍ଗ ବ୍ଲକ୍ କେନ୍ଦ୍ରାପାଟି ପଞ୍ଚାୟତ ନୂଆସାହି ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି । ନାଗ ସାପ ସହ ଲଢେ଼ଇ କରି ଏକ ପୋଷା କୁକୁର ପରିବାରର ତିନିଟି ଜୀବନ ବଞ୍ଚାଇ ଦେଇଛି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଖବରରୁ ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୯ଟା ବେଳେ ନୂଆସାହିର ଅମୀୟ ପ୍ରସାଦ ଛାଟୋଇ ଓ ତାଙ୍କ ପରିବାର ଲୋକେ ଘରେ ଟିଭି ଦେଖିବାରେ ବ୍ୟସ୍ତ ଥିଲେ । ଏହି ସମୟରେ ପ୍ରାୟ ସାଢେ଼ ୪ ଫୁଟ ଲମ୍ବର ଏକ ନାଗ ସାପ ତାଙ୍କ ଘର ଭିତରକୁ ପଶି ଯାଇଥିଲା । ତେବେ ଘର ଦୁଆର ମୁହଁରେ ବନ୍ଧା ହୋଇଥିବା ଲାବ୍ରାଡର ଜାତୀୟ ପୋଷା କୁକୁରଟି ନାଗକୁ ଦେଖି ଭୁକିବା ସହ ତା’ର ଆଗ ଗୋଡ଼ରେ ରାମ୍ପୁଡ଼ିବା ଆରମ୍ଭ କରିଥିଲା । ଏହିପରି ନାଗ ଏବଂ କୁକୁରର କିଛି ସମୟ କସରତ ଚାଲିଥିଲା । ତେବେ କୁକୁରଟି ଜୋର୍ରେ ଭୁକିବାରୁ ଅମୀୟ, ପୁଅ ସ୍ୱସ୍ତିକ ଓ ପତ୍ନୀ ବୈଜୟନ୍ତୀ ବାହାରକୁ ବାହାରି ଆସିଥିଲେ । ସେହି ସମୟରେ କୁକୁରଟି ସାପକୁ ବାଟ ଓଗାଳୁଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଅମୀୟ ଗ୍ରାମ ଲୋକଙ୍କୁ ଫୋନ୍ କରି ଡାକିଥିଲେ । ଲୋକେ ପହଞ୍ଚôବା ବେଳକୁ ସାପଟି କୁକୁର ସହ ମୁକାବିଲା କରି ନ ପାରି ଏକ କୋଣରେ ଗୁଡ଼ାଇ ହୋଇ ଲୁଚି ଯାଇଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ବାଜପୁର ଗ୍ରାମର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ବ୍ରଜ କିଶୋର ସାହୁଙ୍କୁ ଫୋନ ଦ୍ୱାରା ଜଣାଇବା ପରେ ଶ୍ରୀ ସାହୁ ସେଠାରେ ପହଞ୍ଚô ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons