ସାବଧାନ ରହିଲେ ବିପଦକୁ ଏଡାଇ ପାରିବା:ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ବାର୍ତ୍ତା ଆଜି ଜାରି ହୋଇଛି। ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘୧୦ ଦିନ ତଳେ କଥା ହୋଇଥିଲି, ଆକ୍ରାନ୍ତ ସଂଖ୍ୟା ୬୧ ଥିଲା। ଏବେ ତାହା ଦୁଇ ଗୁଣ ବଢ଼ି ଗଲାଣି। ଡରିବାର କିଛି ନାହିଁ। ଆମେ ସାବଧାନ ରହିଲେ, ବିପଦକୁ ଏଡାଇ ପାରିବା।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ଯତ୍ନନେବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ଓଡ଼ିଶା ପ୍ରଥମ ରାଜ୍ୟ ଯିଏକି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ୍‌ ଆରମ୍ଭ କଲା। ଆପଣମାନେ ସହଯୋଗ କଲେ, ଯାହା ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଲା ।
‘ପ୍ରଥମେ ନିଜାମୁଦ୍ଦିନ ଫେରନ୍ତାଙ୍କ ଯତ୍ନ ନେବା ଚ୍ୟାଲେଞ୍ଜ ଥିଲା। ଏବେ ପଶ୍ଚିମବଙ୍ଗ ଫେରନ୍ତା ଭାଇଭଉଣୀଙ୍କ ଯତ୍ନ ନେବା ଆମ ପାଇଁ ଆହ୍ୱାନ ହୋଇଛି। ଏବେ ଯେତିକି ପଜିଟିଭ ଅଛନ୍ତି, ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ଫେରନ୍ତା ୫୦ ଜଣ ଅଛନ୍ତି। ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆଗାମୀ କିଛି ଦିନ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।’
“ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟମାନଙ୍କରୁ ବହୁ ଓଡ଼ିଆ ଲୋକ ଫେରିବେ। ସେମାନେ ଆମ ନିଜ ଲୋକ, ସେମାନଙ୍କ ଯତ୍ନ ନେବା ଆମ ଦାୟିତ୍ୱ। ବାହାର ଲୋକ ଆସିଲେ, ପଜିଟିଭି ସଂଖ୍ୟା ବଢ଼ିବ। ଯଦି ସରକାରଙ୍କୁ ସହଯୋଗ କରିବେ, ପରିସ୍ଥିତି ନିୟନ୍ତ୍ରଣରେ ରହିବ” ବୋଲି ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି,‘ ଆମେ ସାବଧାନ ରହିବା, ଧୈର୍ୟ୍ୟ ରଖିବା। ବାହାରୁ ଆସୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା। ସେମାନଙ୍କୁ କ୍ୱାରେଣ୍ଟିନରେ ରଖିବା ଦିଗରେ ସହଯୋଗ କରିବା। ସେମାନେ ସୁସ୍ଥ ରହିଲେ, ଆମ ଗାଁ ଓ ପରିବାର ସୁସ୍ଥ ରହିବ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons