ସାବିତ୍ରୀ ପାଇଁ ଜଗତସିଂହପୁରେ ୧୪୪ ଧାରା ଜାରି

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜଗତସିଂହପୁର ଜିଲ୍ଲା ସବୁ ମନ୍ଦିରରେ ହୋଇଛି ୧୪୪ ଧାରା ଜାରି । ସାବିତ୍ରୀ ଅମାବାସ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ସବୁ ମନ୍ଦିରରେ ମଧ୍ୟ କାଲି ପାଇଁ ୧୪୪ ଧାରା ଲାଗୁ ହୋଇଛି । ମହାମାରୀ କରୋନା ପାଇଁ ଦିଆଯାଇଥିବା ଲକ୍ଡାଉନ୍ ଯୋଗୁଁ ଧର୍ମାନୁÂାନରେ ଭିଡ ନଜମାଇବାକୁ ନିଦେ୍ର୍ଧଶ ଦିଆଯାଇଛି । କାଲି ସାବିତ୍ରୀ ବ୍ରତ ଥିବାରୁ ମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରିଛି । ରାତି ପାହିଲେ ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଶୁଭ ମନାସୀ ପନôୀ କରିବେ ସାବିତ୍ରୀ ବ୍ରତ । ସେଇଥିପାଇଁ ତ ବଜାରରେ ମେଲିଛି ଭଳିକି ଭଳି ସାମଗ୍ରୀର ପସରା । ହେଲେ ପୂଜାରେ ସବୁଠୁ ଅଧିକ ଆବଶ୍ୟକ ପଡୁଥିବା ୨୦ ପ୍ରକାରର ଫଳ ରେଟ୍ ଶୁଣି ସତ୍ୟବାନ ରୂପୀ ସ୍ୱାମୀମାନଙ୍କ କାନ ମୁଣ୍ଡା ଝାଇଁ ମାରି ଗଲାଣି । ୫ ଦିନ ତଳେ ଫଳ ସବୁର ଦର ଯାହା ଥିଲା , ଏବେ ସେସବୁ ଦେଢ଼ ନହେଲେ ଦୁଇଗୁଣା ରେଟ୍ରେ ବିକ୍ରୀ ହେଉଛି ।ଯେମିତିକି ଆମ୍ବ କିଲୋ ପିଛା ଆଜି ୯୦ରୁ ୯୫, ସେଓ ୨୦୦ରୁ ୨୧୦, ଲିଚୁ ୧୯୦ରୁ ୨୦୦ , ଦେଶୀ କଦଳୀ ଡ୍ରଜନ ୧୧୦, ନଡ଼ିଆ ଗୋଟାକୁ ୪୫ରୁ ୫୦ ଓ ସପୁରୀ ଗୋଟାକୁ ୫୫ରୁ ୬୦ ଟଙ୍କା ଦର ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons