ସାବିତ୍ରୀ ବଜାର ଭିଡ଼ରେ ଫସିଲା ଆମ୍ବୁଲାନ୍ସ

Get real time updates directly on you device, subscribe now.

କବିସୂର୍ଯ୍ୟନଗର ସାବିତ୍ରୀ ଅମାବାସ୍ୟା ପାଇଁ ବଜାର ପ୍ରବଳ ଭିଡ଼ ହେଉଛି । ଉଠା ଦୋକାନୀ ମାନେ ଯେଉଁଠି ପାଇଲେ ସେଇଠି ବସୁଛନ୍ତି । ଗ୍ରାହକମାନେ ରାସ୍ତାର ଅଧାକୁ ଗାଡ଼ି ମୋଟର ରଖି ଜିନିଷ କିଣୁଛନ୍ତି । ଏନେଇ ରାସ୍ତା ପ୍ରବଳ ଭିଡ଼ରେ ହେଉଛି । ଆଜି କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାରେ ଏହି ଭିଡ଼ରେ ଫସି ରହିଥାଏ ଏକ ଆମ୍ବୁଲାନ୍ସ ।
ସାବିତ୍ରୀ ଅମାବାସ୍ୟା ପାଇଁ ବଜାରରେ ପ୍ରବଳ ଭିଡ଼ ସାଙ୍ଗକୁ ମୁଖ୍ୟ ରାସ୍ତାରେ ଅସମ୍ଭାଳ ଟ୍ରାଫିକ ସମସ୍ୟା ଦେଖାଦେଇଛି । ମୁଖ୍ୟ ରାସ୍ତା କଡ଼ରେ ପଣସ, ତାଳ ସପୁରି, ଆମ୍ବ, ପନିପରିବା ପସରା ବେପାରୀ ପସରା ମେଲାଇ ବସିଛନ୍ତି । ଅନ୍ୟପଟେ ଏନ୍ଏସି ପ୍ରଶାସନ ଟିକସ ଆଦାୟ କରିବା ସତ୍ତେ୍ୱ ରାସ୍ତା କଡ଼ରୁ ବେପାରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କାର୍ଯ୍ୟାନୁÂାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ବିଭିନ୍ନ ଶାଢ଼ି, ଷ୍ଟେସନାରୀ ଦୋକାନରେ ଦିନସାରା ବାହାରୁ ଚାବି ଦେଇ ଭିତରେ ପ୍ରବଳ ଭିଡ଼ ମଧ୍ୟରେ ବ୍ୟବସାୟ ଚାଲିବା ଚିନ୍ତାଜନକ ସ୍ଥିତି ଉପୁଜିଛି । ମୁଖ୍ୟତଃ କୁମୁଟି ସାହି, ମହାମାୟୀ ବଜାର, ପାଟସିଲା ସାହି, ମାଛ ଗଳି, ସହର ଭିତରେ ଖୁଲାମ ଖୁଲା ବ୍ୟତିକ୍ରମ ଦେଖାଦେଇଛି । ଏଭଳି କ୍ଷେତ୍ରରେ ଏକ ଆମ୍ବୁଲାନ୍ସ ଭିଡ଼ରେ ବହୁ ସମୟ ଧରି ଅଟକି ରହିଥିଲା । ପରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଛି । ବହୁ ବ୍ୟବସାୟୀ ନିଜ ଘରେ ବ୍ୟବସାୟକୁ ଅନାୟାସରେ ବେପାର ଚାଲୁ ରଖିଛନ୍ତି । ଭିଡ଼କୁ ଦେଖି ସାବିତ୍ରୀ ବ୍ରତ ସାମଗ୍ରୀ ଦର ମନଇଛା ବିକ୍ରି କରୁଥିବା ଅଭିଯୋଗ ହେଉଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons