ସାମ୍ବାଦିକଙ୍କ କିଡ୍ନୀ ପ୍ରତିରୋପଣ ଲାଗି ନବୀନଙ୍କ ସହାୟତା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାମ୍ବାଦିକଙ୍କ କିଡ୍ନୀ ପ୍ରତିରୋପଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ଶୁକ୍ରବାର ଏହି ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟଠାରେ ଢେଙ୍କାନାଳ ଜିଲ୍ଲାର ‘ପ୍ରମେୟ’ ସମ୍ବାଦପତ୍ରର କାର୍ଯ୍ୟରତ ସାମ୍ବାଦିକ ଆଦିତ୍ୟ ପଣ୍ଡାଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
୩୦ ବର୍ଷୀୟ ଶ୍ରୀ ପଣ୍ଡାଙ୍କ ଦୁଇଟି ଯାକ କିଡ୍ନୀ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ପରିବାର ପକ୍ଷେ ମଧ୍ୟ ଏତେ ବ୍ୟୟବହୁଳ କିଡ୍ନୀ ପ୍ରତିରୋପଣ କରିବା ସମ୍ଭବ ନଥିଲା । ସେ ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କଠାରୁ କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠି ବିଷୟରେ ଜାଣିବାକୁ ପାଇଥିଲେ । ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦେ୍ର୍ଧଶାଳୟରେ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଅବଗତ ହେବା ପରେ ତୁରନ୍ତ କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠି ଯୋଜନାରେ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ । ଶୁକ୍ରବାର ରାଜ୍ୟ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଶ୍ରୀ ମଙ୍ଗରାଜ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ଚେକ୍ ଶ୍ରୀ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀ ମଙ୍ଗରାଜ କହିଛନ୍ତି, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଶ୍ରୀ ପଣ୍ଡାଙ୍କ କିଡ୍ନୀ ପ୍ରତିରୋପଣ କରାଯିବ । ଶ୍ରୀ ପଣ୍ଡାଙ୍କ ଅବସ୍ଥା ଦେଖି ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ଅଧିକ ସହାୟତା ନିମନ୍ତେ ନିଷ୍ପତ୍ତି ନେବେ ବୋଲି ସେ ସୂଚନା ଦେଇଛନ୍ତି । ଦୁରାରୋଗ୍ୟରେ ପୀଡ଼ିତ ରାଜ୍ୟର ସାମ୍ବାଦିକମାନଙ୍କୁ କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ ସହାୟତା ନିମନ୍ତେ ଆବେଦନ କରିବାକୁ ଶ୍ରୀ ମଙ୍ଗରାଜ ଆହ୍ୱାନ କରିଛନ୍ତି ।
ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କଠାରୁ ଏହି ସହାୟତା ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚେକ୍ ପ୍ରଦାନ ସମୟରେ ବିଭାଗୀୟ ଉପନିଦେ୍ର୍ଧଶକ ବରଦା ପ୍ରସନ୍ନ ଦାସଙ୍କ ସମେତ ସୁରେନ୍ଦ୍ର ସାହୁ, ପ୍ରସନ୍ନ ମହାନ୍ତି, ‘ପ୍ରମେୟ’ ଭୁବନେଶ୍ୱର ବୁ୍ୟରୋ ମୁଖ୍ୟ ଦେବେନ୍ଦ୍ର ସୁଆର, ‘ସମାଜ’ର ବୁ୍ୟରୋ ମୁଖ୍ୟ ସମରେନ୍ଦୁ ଦାସ ଏବଂ ଗଣମାଧ୍ୟମର ଅନ୍ୟ ପ୍ରତିନିଧି ତଥା ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons